ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ କୃଷକ ସଂଗଠନମାନଙ୍କ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି ।
ତେବେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରାଯିବା ସହ ସାଧାରଣ ଲୋକ ଯେମିତି ଭାରତ ବନ୍ଦ ସମୟରେ ପ୍ରଭାବିତ ନ ହେବେ ସେ ଦିଗପ୍ରତି ଦୃଷ୍ଟି ଦିଆଯିବ ବୋଲି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକେଟ କହିଛନ୍ତି ।
ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ କରାଯିବ । କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସମସ୍ତେ ଯେମିତି
କାର୍ଯ୍ୟାଳୟ ଯାଇପାରିବେ ସେଥିପାଇଁ ୧୧ଟା ପରେ ଆନ୍ଦୋଳନ କରାଯିବ । ଆମ୍ବୁଲାନ୍ସ ଓ ବିବାହ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ । ଲୋକେ ସେମାନଙ୍କର ପରିଚୟପତ୍ର ଦେଖାଇ ଯାଇପାରିବେ । ଏଥିସହ ହିଂସାତ୍ମକ ଆଚରଣ ପ୍ରଦର୍ଶନ ନ କରି ଆନ୍ଦୋଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।