ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ ହୋଇଛି । ଭାଇମାନଙ୍କର ଦୀର୍ଘ ଆୟୁଷ କାମନା ସହ ସର୍ବବିଧ ମଙ୍ଗଳ ମନାସି ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ବ୍ରତ ରଖି ନିଶା ପୂଜା କରିଛନ୍ତି । ବ୍ରତଧାରୀ ଭଉଣୀମାନେ ୧୦୮ ଅକ୍ଷତ ଦୁବ ଓ ରଂଗବେରଙ୍ଗର ଜିଉନ୍ତିଆ ସୂତ୍ରକୁ ଦେବୀ ଦୁର୍ଗାଙ୍କ ପାଖରେ ଚଢ଼ାଇ ପୂଜା କରିଥିଲେ । ରାତି ପୂଜା ପରେ ଆଜି ସକାଳେ ଘାଟପୂଜା ସାରି ଘରେ ଭାଇମାନଙ୍କୁ ଭଉଣୀମାନେ ବନ୍ଦାପନା କରିଛନ୍ତି ।