ଏଣୁ ପୁଣି ସ୍ଥିତି ବିଗିଡ଼ିବା ପୂର୍ବରୁ ସମସ୍ତେ ସଚେତନ ହେବା ସହ ସମାଜରେ କରୋନା ପ୍ରତି ଡର ରହିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି
ଅନେକ ଦେଶରେ କମ୍ ଟିକାକରଣ ଏବଂ ଲୋକଙ୍କ ଭିଡ଼ ପାଇଁ ସଂକ୍ରମଣ ବଢ଼ୁଛି । ରାଜ୍ୟରେ କରୋନା ସଂକ୍ରମଣ କମ୍ ରହିଥିଲେ ମଧ୍ୟ ବିଦେଶାରେ ସଂକ୍ରମଣ ପୁଣି ବୃଦ୍ଧି ପାଉଛି । କରୋନା ଆରମ୍ଭବେଳେ ଚୀନ ଓ ୟୁରୋପ ଦେଶଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପରେ ଭୂତାଣୁ ଭାରତ ଆସିଥିଲା । ଏଣୁ ପୁଣି ସ୍ଥିତି ବିଗିଡ଼ିବା ପୂର୍ବରୁ ସମସ୍ତେ ସଚେତନ ହେବା ସହ ସମାଜରେ କରୋନା ପ୍ରତି ଡର ରହିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି, ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସର୍ଭେଲାନ୍ସ କଡ଼ାକଡ଼ି ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ଲୋକଙ୍କୁ
ସରକାର ସଚେତନ କରୁଛନ୍ତି । ସମସ୍ତେ କରୋନା ଟିକାର ଦୁଇଟି ଡୋଜ୍ ନିଅନ୍ତୁ । ଯଦି କୌଣସି କାରଣରୁ କିଛି ଲକ୍ଷଣ ଦେଖାଯାଏ, ତେବେ ଟେଷ୍ଟ କରନ୍ତୁ । ଏହାଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ଚାରିପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ରଖିପାରିବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।