ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ  ବଞ୍ଚିବେ

0 2,684

ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ  ବଞ୍ଚିବ

ନୂଆଦିଲ୍ଲୀ – ଏବେ ପୂଜା ସିଜିନ୍ ଚାଲିଛି । ଅନେକ ଲୋକ ସୁନା ଗହଣା କିଣିବାରେ ବ୍ୟସ୍ତ  । ଏହି ସମୟରେ ସୁନାର ଚାହିଦା ବୃଦ୍ଧି ପାଇଥାଏ । ମାତ୍ର ଏହି ସମୟରେ ଠକମାନେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଠକିବାରେ ବି ବ୍ୟସ୍ତ । ଶସ୍ତା ଓ ବିଭିନ୍ନ ଅଫର ଦେଇ ସୁନାକୁ ଶସ୍ତାରେ ବିକି ଥାଆନ୍ତି। ଆପଣବି ସାବଧାନ ରୁହନ୍ତୁ । ନହେଲେ ଏପରି ଠକାମୀର ଶିକାର ହୋଇ ପାରନ୍ତି ।
ନବଭାରତ ଟାଇମସ୍ରେ ଛପି ଥିବା ଖବର ଅନୁସାରେ ସୁନାରେ ଏକ ପ୍ରକାରର ସ୍ୱତନ୍ତ୍ର ପାଉଡର୍ ମିଶାଇ ବିକ୍ରି କରାଯାଉଛି ।  ଏହାକୁ ସୁନା  ସହ ଏପରି ମିଶ୍ରଣ କରାଯାଉଛି ଯେ ତାହା ସହଜରେ ଜଣା ପଡୁ ନାହିଁ ।  ସାଧାରଣ ପରୀକ୍ଷାରେ ବି ସୁନା ସହ ଏହି ପାଉଡର୍ ମିଶିଥିବା କଥା ଜଣା ପଡୁ ନାହିଁ ।  ଏହାକ ବିଦେଶରୁ ଭାରତକୁ ଆମଦାନୀ କରାଯାଉଛି ।  ଏପରି ହେଉଥିବା କଥା ସୁନା ବ୍ୟବସାୟୀ ସଂଘର ଅଧ୍ୟକ୍ଷ ଯୋଗେଶ ସିଘଂଲ କହିଛନ୍ତି। ଏପରି ଠକାମୀରୁ ବର୍ତ୍ତିବା ପାଇଁ ସେ ଉପଦେଶ ଦେଇଛନ୍ତି ।
ଅନେକ ସୁନା ଦୋକାନୀ ରିହାତି ବା ଡିସ୍କାଉଣ୍ଟ  ଅଫର୍ ଦେଇଥାଆନ୍ତି । ମାତ୍ର ସେଥିରେ ଏହି ପାଉଡର୍ ମିଶିଥିବାର ଆଶଙ୍କ ରହିଛି ।

ଏପରି ଠକାମୀରୁ ବଞ୍ଚିବା ପାଇଁ ହାଲମାର୍କ ଓ ଯାଞ୍ଚ କରାଯାଇଥିବା ସୁନା ଗହଣା କିଣନ୍ତୁ  । ହାଲମାର୍କ ଲାଗିଥିବା ସୁନାଗହଣା ଶୁଦ୍ଧ ସୁନାଗହଣାର ପ୍ରମାଣ । ହାରମାର୍କରେ 999 କିମ୍ବା 99.9 ଲେଖାଯାଇଥାଏ। ଏଥିରେ 916 ର ମାର୍କ ଥାଏ । ଏଥିରେ ୨୨ କ୍ୟାରେଟ୍ ୯୧.୬ ପ୍ରତିଶତ ଶୁଦ୍ଧତା ଥାଏ ।
ସୁନା କିଣିବା ସମୟରେ ଏହାକ ଦର ବା ମୂଲ୍ୟକୁ ନେଇ ସାବଧାନ ରୁହନ୍ତୁ ।  ଅଳଙ୍କାର ୨୪ କ୍ୟାରେଟ୍ ଗୋଲ୍ଡ ବା ସୁନାରୁ ତିଆରି ହୁଏ ନାହିଁ । କାରଣ ଏହା ଭାଙ୍ଗିଯିବାର ଆଶଙ୍କା ଥାଏ । ଏଥିପାଇଁ ଏହା ୨୨ କ୍ୟାରେଟ୍ର ତିଆରି ହୋଇଥାଏ। ସୁନା କିଣିବା ସମୟରେ ସୁନାର ଶୁଦ୍ଧତାକୁ ବିଲ୍ରେ ଲେଖାଇ ନିଅନ୍ତୁ ।
ସବୁ ବେଳେ ଦୋକାନରୁ ଠିକ୍ ବିଲ୍ ହିଁ ନିଅନ୍ତୁ ।  ହାତ ଲେଖା ନିଅନ୍ତୁ ନାହିଁ ।
ଶୁଦ୍ଧତାର ପ୍ରମାଣ ପତ୍ର ନିହାତି ନିଅନ୍ତୁ । ଏହା ବିକ୍ରି କରିବା ସମୟରେ ଆପଣଙ୍କର କାମରେ ଆସିବ । ଏଥିରେ ସୁନାର ଶୁଦ୍ଧତା ବିଷୟରେ ଉଲ୍ଲେଖ ରହିବା ଆବଶ୍ୟକ

Leave A Reply