କମିବ ପ୍ରଦୂଷଣ , ପୁରୀ , କଟକ ଭୁବନେଶ୍ୱରରେ ଚାଲିବ ବ୍ୟାଟେରୀ ଚାଳିତ ବସ୍‌

0 1,693

ଭୁବନେଶ୍ୱର .- ଏବେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏଥିଯୋଗୁଁ ବିଶ୍ୱ ତାପାୟନ ବୃଦ୍ଧି ପାଇଛି । ବୃକ୍ଷ ରୋପଣ ସହ ସରକାରୀ ଓ ବେସରକାରୀ ଭାବେ ଏବେ ପ୍ରଦୂଷଣକୁ କମ୍‌ କରିବାପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ପୁରୀ ,କଟକ ଓ ଭୁବନେଶ୍ୱରରେ ବୈଦ୍ୟୁତିକ ଶକ୍ତି ବା ବ୍ୟାଟେରୀ ଅପରେଟେଡ୍‌ ବସ୍‌ ଚାଲିବ ।

ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ଏ ବିଷୟରେ ସୂଚନା ଦେଇଛନ୍ତି । ସହରରେ ଦିନକୁ ଦିନ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାକୁ ଲାଗିଛି । ଏହି ସମସ୍ୟାକୁ ଦେଖି ରାଜ୍ୟ ସରକାର ସହର
ରାସ୍ତାରେ ବିଦ୍ୟୁତ୍‍ଚାଳିତ ବସ୍‍ ଚଳାଚଳ ପାଇଁ ଯୋଜନା କରୁଛନ୍ତି । ମନ୍ତ୍ରୀ ପଣ୍ଡା କହିଛନ୍ତି ଏନେଇ ଖୁବ୍‍ ଶୀଘ୍ର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଏହି ବିଦ୍ୟୁତଚାଳିତ ବସ୍‍ ଭୁବନେଶ୍ୱର, କଟକ ଓ ପୁରୀ ଆଦି ସହର ଦେଇ ୧୦୦ କିଲୋମିଟର ପରିସରରେ ଚାଳିବ । ଏଥି।ଇଁ ବିଭିନ୍ନ ବେସରକାରୀସଂସ୍ଥାଠାରୁ ପ୍ରସ୍ତାବ ଆଗତ କରାଯାଇଛି ।

Leave A Reply