ବଜାଜ୍ ଆଲିଆଂଜ୍ ଲାଇଫ୍ ର ୫୮୧% ସୋଲ୍‌ଭେନ୍ସି ରେସିଓ ବୀମା ଶିଳ୍ପରେ ସର୍ବାଧିକ, ନିୟାମକ ଆବଶ୍ୟକତାର ୩ ଗୁଣାରୁ ଅଧିକ

118

ଭୁବନେଶ୍ୱର: ଅଗ୍ରଣୀ ଘରୋଇ ଜୀବନ ବୀମା କଂପାନି ବଜାଜ୍ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ପକ୍ଷରୁ ଆଜି ଦୁଇଟି ଗୁରୁତ୍ୱପର୍ଣ୍ଣ ମାନଦଣ୍ଡ ଘୋଷଣା କରାଯାଇଛି ଯାହା ବଜାରରେ ଏହାର ସ୍ଥିତିକୁ ଆହୁରି ମଜଭୁତ କରିଛି ଏବଂ ଗ୍ରାହକମାନଙ୍କ ଜୀବନ ଲକ୍ଷ୍ୟକୁ ସୁରକ୍ଷିତ ରଖିବାରେ କଂପାନିର ଆର୍ଥିକ ଦୃଢ଼ତାକୁ ପ୍ରତିଫଳିତ କରିଛି ।
ବଜାଜ୍ ଆଲିଆଂଜ୍‌ର ସୋଲ୍‌ଭେନ୍ସି ରେସିଓ ୫୮୧% (୨୦୨୧-୨୨ ଆର୍ଥିକ ବର୍ଷ) ରହିଛି ଯାହା ନିୟାମକ ଆବଶ୍ୟକତା ୧୫୦%ରୁ ବହୁ ଗୁଣା ଅଧିକ । ବୀମା କଂପାନି ଗୁଡ଼ିକ ର ସୋଲଭେନ୍ସି ରେସିଓ କଂପାନିର ଆର୍ଥିକ ସ୍ୱାସ୍ଥ୍ୟକୁ ପ୍ରତିଫଳିତ କରିଥାଏ । ୫୮୧% ସହ ବଜାଜ୍ ଆଲିଆଂଜ୍ ଲାଇଫ୍‌ର ସୋଲ୍‌ଭେନ୍ସି ରେସିଓ ଉଭୟ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ଆବଶ୍ୟକତା ପୂରଣ କରିବା ଲାଗି ବୀମା କଂପାନିର କ୍ଷମତାକୁ ପ୍ରଦର୍ଶିତ କରୁଛି ।
ପୁନଶ୍ଚ, କଂପାନିର ଦାବି ସମାଧାନ ଅନୁପାତ (କ୍ଲେମ୍ ସେଟଲମେଂଟ୍ ରେସିଓ) ୯୯.୦୨% (୨୦୨୧-୨୨ ଆର୍ଥିକ ବର୍ଷର ବ୍ୟକ୍ତିଗତ ଦାବି ସମାଧାନ ଅନୁପାତ) ରହିଛି ଯାହା ଶିଳ୍ପରେ ଅନ୍ୟତମ ସର୍ବାଧିକ । ଗ୍ରାହକମାନଙ୍କୁ କଂପାନି ଗ୍ରାହକମାନଙ୍କ ପଲିସି ଉପରେ ଦାବି ସମାଧାନ ଲାଗି ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଛି ତାହାକୁ ସମ୍ମାନ ଜଣାଇବା ପାଇଁ କଂପାନିର ପ୍ରତିବଦ୍ଧତାକୁ ଏହା ପ୍ରଦର୍ଶିତ କରୁଛି ।
ବଜାଜ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସର ଏମ୍‌ଡି ଓ ସିଇଓ ଶ୍ରୀଯୁକ୍ତ ତରୁଣ ଚୁଗ୍ କହିଛନ୍ତି ଯେ, “ଗ୍ରାହକ ପ୍ରଥମ” ଦର୍ଶନ ହେଉଛି ଆମର ମୂଳ ତତ୍ୱ ଏବଂ ଗତ ପାଂଚ ବର୍ଷ ଭିତରେ ଆମର ରୂପାନ୍ତରଣ ଯାତ୍ରାରେ ଆମେ ଗ୍ରାହକମାନଙ୍କୁ ପ୍ରଦାନ କରିଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରତିଟି ପଦକ୍ଷେପ ଗ୍ରହଣ କରିଛୁ । ଆମ ପ୍ରତିବଦ୍ଧତା ପ୍ରତି ପ୍ରମାଣ ହେଉଛି ଆମର ସୋଲଭେନ୍ସି ରେସିଓ ଓ ଦାବି ସମାଧାନ ଅନୁପାତ । ଭାରତରେ ଅଧିକରୁ ଅଧିକ ଗ୍ରାହକଙ୍କ ଜୀବନ ଲକ୍ଷ୍ୟକୁ ପୂରଣ କରିବା ଲାଗି ପସନ୍ଦର ଜୀବନ ବୀମା କଂପାନି ହେବା ଲାଗି ଏହି ଯାତ୍ରାରେ ଆମେ ନିବେଶ ଜାରି ରଖିବୁ ।’’

Comments are closed, but trackbacks and pingbacks are open.