ଆକ୍ସିସ୍ ଗ୍ରୁପ୍ ପକ୍ଷରୁ ଅବସରକାଳୀନ ବ୍ୟବସାୟର ଶୁଭାରମ୍ଭ
ଭୁବନେଶ୍ୱର: ଜାତୀୟ ପେନ୍ସନ୍ ସ୍କିମ୍ (ଏନ୍ପିଏସ୍) ଅଧୀନରେ ପାଣ୍ଠି ପରିଚାଳନା କରିବା ଲାଗି ପେନ୍ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତୃପକ୍ଷ (ପିଏଫ୍ଆର୍ଡିଏ)ଙ୍କ ପକ୍ଷରୁ ପେନ୍ସନ୍ ଫଣ୍ଡ୍ ମ୍ୟାନେଜର ଭାବେ ଆକ୍ସିସ୍ ପେନ୍ସନ୍ ଫଣ୍ଡ୍ ମ୍ୟାନେଜମେଂଟ୍ ଲିମିଟେଡ୍ (ଆକ୍ସିସ୍ ପିଏଫ୍ଏମ୍)କୁ ନିଯୁକ୍ତ କରାଯାଇଛି । ଏହା ହେଉଛି ଆକ୍ସିସ୍ ଆସେଟ୍ ମ୍ୟାନେଜମେଂଟ୍ କଂପାନିର ଏକ ସହାୟକ ଏବଂ ଆକ୍ସିସ୍ ବ୍ୟାଙ୍କ୍ ଲିମିଟେଡ୍ର ସହଯୋଗୀ ସଂସ୍ଥା । ଆକ୍ସିସ୍ ପିଏଫ୍ଏମ୍ ପକ୍ଷରୁ ୨୦୨୨ ସେପ୍ଟେମ୍ବର ୨୦ରେ ବ୍ୟବସାୟ ଶୁଭାରମ୍ଭ କରିବା ଲାଗି ପିଏଫ୍ଆର୍ଡିଏରୁ ସାର୍ଟିଫିକେଟ୍ ଗ୍ରହଣ କରାଯାଇଥିଲା ଏବଂ ୨୦୨୨ ଅକ୍ଟୋବର ୨୧ ପରଠାରୁ କଂପାନି ଏହାର କାରବାର ଆରମ୍ଭ କରିଛି ।
ଏହି ସଂସ୍ଥାର ଶୁଭାରମ୍ଭ ସହ ଆକ୍ସିସ୍ ଗ୍ରୁପ୍ ନାଗରିକମାନଙ୍କୁ ଏକ ସମ୍ପୂର୍ଣ୍ଣ ଅବସରକାଳୀନ ସମାଧାନ ପ୍ରଦାନ କରିବ । ସମସ୍ତ ନାଗରିକ, କର୍ପୋରେଟ୍ କ୍ଷେତ୍ର ଏବଂ ସରକାରୀ କ୍ଷେତ୍ର ଲାଗି ଏହା ପେନ୍ସନ୍ ପାଣ୍ଠିର ପରିଚାଳନା କରିବ । ଏନ୍ପିଏସ୍ ଜରିଆରେ ଅବସରକାଳୀନ ପାଣ୍ଠି ଗଠନ କରିବା ଲାଗି ପ୍ରତି ବ୍ୟକ୍ତିଙ୍କୁ ସହଯୋଗ ପ୍ରଦାନ କରିବାକୁ କଂପାନି ଲକ୍ଷ୍ୟ ରଖିଛି । ନିବେଶକମାନଙ୍କ ଲାଗି ବିପଦ ପରିଚାଳନା ହୋଇପାରୁଥିବା ଏବଂ ଦୀର୍ଘମିଆଦୀ ଭିତିରେ ସର୍ବାଧିକ ରିଟର୍ଣ୍ଣ ଆଣିବା ଉପରେ କଂପାନି ଗୁରୁତ୍ୱ ପ୍ରଦାନ କରିବ ।
ଆକ୍ସିସ୍ ବ୍ୟାଙ୍କ୍ର ଏମ୍ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଆକ୍ସିସ୍ ପନେ୍ସନ୍ ଫଣ୍ଡ୍ର ଶୁଭାରମ୍ଭ ସହିତ ଆମେ ଅବସରକାଳୀନ ସମାଧାନ କ୍ଷେତ୍ରରେ ଆମ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛୁ । ନିବେଶ ପରିଚାଳନା ଦକ୍ଷତା ଏବଂ ଆକ୍ସିସ୍ ଗ୍ରୁପ୍ର ବିତରଣ ସୁଦୃଢ଼ତାକୁ ନେଇ ଆମର ବିଶ୍ୱାସ ରହିଛି ଯେ ଆକ୍ସିସ୍ ପେନ୍ସନ୍ ଫଣ୍ଡ୍ ଶିଳ୍ପର ସବୁଠୁ ପସନ୍ଦର ଅବସରକାଳୀନ ସମାଧାନ ପ୍ରଦାନକାରୀ ହେବାର ଲକ୍ଷ୍ୟକୁ ଶୀଘ୍ର ସାକାର କରିବ । ବ୍ୟବସାୟ ଆରମ୍ଭ କରିବାର ୪୫ ଦିନ ଭିତରେ ଦ୍ରୁତତମ ଘରୋଇ ପେନ୍ସନ୍ ଫଣ୍ଡ୍ ଭାବେ କଂପାନିର ଏୟୁଏମ୍ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି ।’’
ଆକ୍ସିସ୍ ପେନ୍ସନ୍ ଫଣ୍ଡ୍ର ଏମ୍ଡି ଓ ସିଇଓ ସୁମିତ ଶୁକ୍ଳା କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ଅନ୍ତର୍ଦୃଷ୍ଟି, ସଶକ୍ତ କର୍ମଚାରୀ ଏବଂ ପ୍ରଯୁକ୍ତିର ବ୍ୟବହାର ଜରିଆରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ସବୁଠୁ ପସନ୍ଦର ଅବସରକାଳୀନ ସମାଧାନ ପ୍ରଦାନକାରୀ ହେବା । ଭାରତରେ ଅବସରକାଳୀନ ଯୋଜନା ପ୍ରସ୍ତୁତି ଏବେବି ଆଦ୍ୟ ପର୍ଯ୍ୟାୟରେ ରହିଛି । ଆମେ ଚାହୁଛୁ ଯେ ଏନ୍ପିଏସ୍ ଜରିଆରେ ଭାରତର ସମସ୍ତ ନାଗରିକ ଅବସରକାଳୀନ ପାଣ୍ଠି ଗଠନ କରନ୍ତୁ ଏବଂ ଅବସର ପରେ ଏକ ସୁରକ୍ଷିତ ଜୀବନ ଲାଗି ଆନୁଇଟି ଜରିଆରେ ନିୟମିତ ଆୟ ଉପଭୋଗ କରନ୍ତୁ । ଏକ କ୍ଷୁଦ୍ର ଅବସରକାଳୀନ ଯୋଜନା ଜରିଆରେ ନଗରିକମାେନେ ସ୍ୱାଧୀନତାର ସହ ଜୀବନ ଜାରି ରଖିପାରିବେ ଏବଂ ତା’ ସହିତ ଜୀବନର ଦ୍ୱିତୀୟ ଇନିଂସରେ ଆର୍ଥିକ ସ୍ୱାଧୀନତାକୁ ବଜାୟ ରଖିପାରିବେ ।’’
Comments are closed, but trackbacks and pingbacks are open.