ପୁରୀରେ ୨୦ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୯୭ଟି ଏଟିଏମ୍‌ ସଚଳ ହେଲା

0 1,584

ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଂ ସେବା କ୍ରମଶଃ ସ୍ୱଭାବିକ ହେଉଛି । ଜିଲ୍ଲାର ୨୩୯ଟି ବ୍ୟାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ଟି ଶାଖା କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ୨୭୩ଟି ଏଟିଏମ୍‌ ମଧ୍ୟରୁ ୨୦ଟି ଏଟିଏମ୍‌ ସଚଳ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ସହରରେ ଥିବା ୭୦୭ଟି ବ୍ୟାଙ୍କ ଶାଖା ମଧ୍ୟରୁ ୩୭୨ଟି ଶାଖା କାର୍ଯ୍ୟକ୍ଷମ ହୋଇଥିବାବେଳେ ୧୧୬୪ଟି ଏଟିଏମ୍‌ ମଧ୍ୟରୁ ୧୯୭ଟି ଏଟିଏମ୍‌ ସଚଳ ହୋଇପାରିଛି । କଟକ ଜିଲ୍ଲାର ୪୨୨ଟି ଶାଖା ମଧ୍ୟରୁ ୨୬୦ଟି କାର୍ଯ୍ୟକ୍ଷମ ହୋଇଛି ଏବଂ ୫୯୩ଟି ଏଟିଏମ୍‌ ମଧ୍ୟରୁ ୧୬୨ଟି ଏଟିଏମ୍‌ରୁ ଅର୍ଥ ଉପଲବ୍ଧ ହେଉଅଛି । ସେହିଭଳି ଜଗତସିଂହପୁର ଜିଲ୍ଲାର ୧୭୮ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୨୩ଟି ସଚଳ ହୋଇଥିବାବେଳେ ୧୯୬ଟି ଏଟିଏମ୍‌ ମଧ୍ୟରୁ ୧୧୨ଟି କାର୍ଯ୍ୟକ୍ଷମ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୧୪୪ଟି ବ୍ୟାଙ୍କ ମଧ୍ୟରୁ ୧୧୩ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ୧୯୬ଟି ଏଟିଏମ୍‌ ମଧ୍ୟରୁ ୧୦୫ଟି ଏଟିଏମ୍‌ କାର୍ଯ୍ୟ କରୁଛି ।
ଇନ୍‌ସୁ୍ୟରାନ୍ସ କମ୍ପାନୀଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପ୍ରତିନିଧି ପଦାଧିକାରୀ ପଠାଇ କ୍ଷୟକ୍ଷତି ଆକଳନ କରି ଦାବି ଫଇସଲା କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ କାରବାରରେ ନେଣଦେଣ ପାଇଁ ଅର୍ଥରାଶିର କୌଣସି ସମସ୍ୟା ନାହିଁ । ବ୍ୟାଙ୍କ ସେବା ସଂପର୍କିତ ଅଧିକ କ୍ରିୟାଶୀଳତା ନିମନ୍ତେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଏକ ସ୍ୱତନ୍ତ୍ର ବୈଠକ ଡକାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply