ଭୁବନେଶ୍ୱର . – ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ଭଲ ସ୍ଥିତିରେ ଥିଲେ ବି ବିଜେପିପ୍ରାର୍ଥୀଙ୍କୁ ସମର୍ଥନ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ସହ ତାଙ୍କର ଏ ବିଷୟରେ କଥାବାର୍ତ୍ତା ହୋଇଛି ବୋଲି ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ପ୍ରଥମେ ବିଜେପି ଅଫିସିଆଲ୍ ଟ୍ୱିଟରରେ ଅଶ୍ୱନୀ ବୈଷ୍ଣବ ଓଡିଶାରୁ ରାଜ୍ୟ ସଭା ପ୍ରାର୍ଥୀ ବୋଲି ସୂଚନା ଦିଆଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ବିଜେଡି ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର ଓ ଆଇଟି ସେଲ୍ ମୁଖ୍ୟ ଅରୁଣ ପଟ୍ଟନାୟକଙ୍କ ସହ ଅଶ୍ୱନୀ ବୈଷ୍ଣବଙ୍କୁ ବିଜେଡିର ରାଜ୍ୟ ସଭା ପାଇଁ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ମାତ୍ର ଗଣମାଧ୍ୟମରେ ଏ ବିଷୟରେ ଚର୍ଚ୍ଚା ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟିକରଣ ଦେଇଥିଲେ ।
ଏବେ ବିଜେପି ଓ ବିଜେଡି ନିକଟତର ହୋଇଥିବା ଏହା ସୂଚାନା ଦେଇଛି ।
Sign in
Sign in
Recover your password.
A password will be e-mailed to you.