କଟକ — ଜାନୁୟାରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଚିବାଳୟର ସହକାରୀ ବିଭାଗୀୟ ଅଧିକାରୀ ବା ଏଏସ୍ଓ ପରୀକ୍ଷା ଘୁଞ୍ଚାଇବା ବିଷୟରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ନିଷ୍ପତି ନେବେ । ଏ ନେଇ ସ୍ୟାଟରେ ଏକ ମାମଲା ଦାୟର ହୋଇଥିଲା । ଜନୁୟାରୀ ୨୦ ତାରିଖରେ ରେଳବାଇର ଏକ ପରୀକ୍ଷା ଓ ଆଇବିପିଏସ୍ର କ୍ଲରିକାଲ୍ ମେନ୍ ଥିବାରୁ ଏଏସ୍ଓ ପରୀକ୍ଷା କଲେ ଅନେକ ପରୀକ୍ଷାର୍ଥୀ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଥିଲା ।
ତେବେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ମାମଲା ପରିଚାଳନା କରୁଥିବା ଶଶୀ ଭୂଷଣ ଜେନା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ପଠା ସାରିଲାଣି । ପରୀକ୍ଷା ଘୁଞ୍ଚାଗଲେ ଅନେକ ସମସ୍ୟା ହେବ ବୋଲି ଦର୍ଶାଇ ଛନ୍ତି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପରୀକ୍ଷା ଘୁଞ୍ଚାଯିବା ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ସ୍ୟାଟ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ପରୀକ୍ଷା ଗତ ବର୍ଷ ଡିସେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବାର ଥିଲା । ଏ ନେଇ ଅନେକ ଛାତ୍ରଛାତ୍ରୀ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ଗୃହ ବିଭାଗ ସଚିବ ଓ ରାଜ୍ୟପାଳଙ୍କୁ ଏ ନେଇ ଅନେକ ଛାତ୍ରଛାତ୍ରୀ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।