ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍‍ ଫ୍ରେମ୍‍ୱାର୍କ
ସହ ଯୋଡାଯିବାର ଲକ୍ଷ୍ୟ

114


ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍‍ ଫ୍ରେମ୍‍ୱାର୍କ ସହ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଗତକାଲି ନୂଆଦିଲ୍ଲୀଠାରେ ଏକଦିବସୀୟ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍‍ ମେଳାକୁ ଡିଜିଟାଲ୍‍ ପ୍ଲାଟଫର୍ମରେ ଉଦ୍‍ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଦେଶର ଯୁବକଯୁବତୀଙ୍କୁ ନିଜର ଦକ୍ଷତା ଅନୁସାରେ ଉପଯୁକ୍ତ ରୋଜଗାର ଚୟନ କରିବା ଲକ୍ଷ୍ୟରେ ସ୍କିଲ୍‍ଇଣ୍ଡିଆ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ସମେତ ମହାରାଷ୍ଟ୍ର, ପୁଣେ, ଗୁଜୁରାଟ ଓ ଅନ୍ୟ ସ୍ଥାନର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ରାଜ୍ୟର
୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ କେନ୍ଦ୍ରରେ ଏହି ଆପ୍ରେଣ୍ଟିସିପ୍‍ ମେଳାର ଆୟୋଜନ କରାଯାଇଛି । ଏଥିରେ ୩୦ରୁ ଅଧିକ ଶିଳ୍ପ କ୍ଷେତ୍ର ସହ
ଜଡ଼ିତ ୪ ହଜାରରୁ ଅଧିକ କମ୍ପାନୀ ଭାଗ ନେଇଛନ୍ତି ।

Comments are closed, but trackbacks and pingbacks are open.