ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ଅମୃତ ସରୋବର କାର୍ଯ୍ୟକ୍ରମ ଆରମ୍ଭ
ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ବା
ଜଳାଶୟ ପାଇଁ ଏ ନେଇ ସ୍ଥାନ ଚିହ୍ନଟ ହୋଇସାରିଛି ।
ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କେନ୍ଦ୍ର ମାର୍ଗଦର୍ଶିକା ଅନୁଯାୟୀ ଜଳଶକ୍ତି ଅଭିଯାନର ନୋଡାଲ ଅଫିସର ଅମୃତ ସରୋବର କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବେ । ସର୍ବନିମ୍ନ ୧ ଏକର ଜମିରେ ଏହି ଜଳାଶୟ କରାଯିବ । ଅଧିକାଂଶ କ୍ଷେତ୍ରରେ ନୂଆ ଜଳାଶୟ ମଧ୍ୟ ଖନନ କରାଯିବ ।
ଯଦି ଜିଲ୍ଲା ପ୍ରଶାସନ ଆବଶ୍ୟକ ଜମି ପାଇବ ନାହିଁ, ତେବେ ପୁରାତନ ଜଳାଶୟର ପୁନରୁଦ୍ଧାର କରାଯିବ । ଜଳାଶୟର ଚାରିପଟେ ନିମ୍ବ, ଓସ୍ତ ଓ ବରଗଛ ଲଗାଯିବ । ଏହିସବୁ ପ୍ରକଳ୍ପ ପାଇଁ ମନରେଗା, ପଞ୍ଚଦଶ ଅର୍ଥ କମିଶନ କିମ୍ବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଖର୍ଚ୍ଚ କରାଯିବ ।
Comments are closed, but trackbacks and pingbacks are open.