ନୂଆଦିଲ୍ଲୀ : ଅଲ୍ ଇଣ୍ଡିଆ କାଉନ୍ସିଲ ଫର୍ ଟେକ୍ନିକାଲ ଏଜୁକେଶନ (ଏଆଇସିଟିଇ) ଓ ଓପୋ ଇଣ୍ଡିଆ ପକ୍ଷରୁ ଆଜି ରାମ୍ଜସ କଲେଜ, ୟୁନିଭର୍ସିଟି ଅଫ୍ ଦିଲ୍ଲୀଠାରେ ଏକ ଜାତୀୟସ୍ତରୀୟ ବୈଦ୍ୟୁତିକ ବର୍ଜ୍ୟବସ୍ତୁ ସଚେତନତା ଅଭିଯାନ (ଇ-ୱେଷ୍ଟ୍) ସହ ‘ଜେନେରେଶନ ଗ୍ରୀନ୍’ କ୍ୟାମ୍ପେନର ୨ୟ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଏହାସହିତ ଏହି କଲେଜ ଏହି ପ୍ରୋଗ୍ରାମ ଅଧିନରେ ପ୍ରଥମ ‘ଇକୋ-କନ୍ସିୟସ ଚାମ୍ପିଅନ ଇନ୍ଷ୍ଟିଚ୍ୟୁଟ୍’ରେ ପରିଣତ ହୋଇଛି । ପ୍ରଥମ ସଂସ୍କରଣର ଅଂଶ ଭାବେ ଓପୋ ଇଣ୍ଡିଆ ଓ ଏଆଇସିଟିଇ ଭାରତବ୍ୟାପୀ କଲେଜଗୁଡିକରେ ଇଂଟର୍ଣ୍ଣସିପ୍ ପ୍ରଦାନ କରି ଯୁବପିଢିଙ୍କ ମଧ୍ୟରେ ସବୁଜ ଦକ୍ଷତାକୁ ପ୍ରୋତ୍ସାହିତ କରିଥିଲେ । ୧୪୦୦ରୁ ଅଧିକ ଶିକ୍ଷାନୁଷ୍ଠାନରୁ ୯୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଇଂଟର୍ଣ୍ଣସିପ୍ ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୫୦୦୦ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ଏବେ ସଚେତନତା ଅଧିବେଶନ, ଇ-ସର୍ଭେ, ଗ୍ରୀନ ଡେ’ ସେଲିବ୍ରେଶନ ଭଳି ସ୍ଥାୟିତ୍ୱ ଗତିବିଧିରେ ନିୟୋଜିତ ଅଛନ୍ତି ।
ଏହାର ୨ୟ ସଂସ୍କରଣ ଯୁବପିଢିଙ୍କୁ ଅବ୍ୟବହୃତ ତାର, ମୋବାଇଲ ଫୋନ, ଚାର୍ଜର, ବ୍ୟାଟେରୀ ଭଳି ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ପରିଚାଳନାର ବର୍ଦ୍ଧିତ ଆହ୍ୱାନ ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ପ୍ରଭାବୀ ବର୍ଜନର ଆବଶ୍ୟକତା ସମ୍ପର୍କରେ ସଚେତନ କରୁଛି । ନ୍ୟାଶନାଲ ଏଜୁକେଶନ ଟେକ୍ନୋଲୋଜି ଫୋରମ୍ (ଏନ୍ଇଟିଏଫ୍)ର ଅଧ୍ୟକ୍ଷ ଡଃ ଅନିଲ ସହସ୍ରବୁଦ୍ଧେ ମୁଖ୍ୟ ଅତିଥି ଭାବେ ଏହି ଉନ୍ମୋଚନ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଓପୋ ଇଣ୍ଡିଆର ପବ୍ଲିକ୍ ଆଫାୟାର୍ସ ବିଭାଗର ମୁଖ୍ୟ ରାକେଶ ଭରଦ୍ୱାଜ ଓ ରାମଜସ କଲେଜ, ୟୁନିଭର୍ସିଟି ଅଫ୍ ଦିଲ୍ଲୀର ପ୍ରିନ୍ସିପାଲ ପ୍ରଫେସର ଅଜୟ କୁମାର ଅରୋରାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ସମୟରେ ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଫଟୋଗ୍ରାଫି, ପ୍ରଶ୍ନୋତର, ଫାଇନ୍ ଆର୍ଟସ୍ ଭଳି ବିଭିନ୍ନ ସମାଜ ବା କ୍ଷେତ୍ରର ଛାତ୍ରଛାତ୍ରୀମାନେ ଗତିବିଧିଗୁଡିକର ଏକ ବିବିଧ ଶୃଙ୍ଖଳାରେ ନିୟୋଜିତ ହେବେ ।
ଏସମ୍ପର୍କରେ ନ୍ୟାଶନାଲ ଏଜୁକେଶନ ଟେକ୍ନୋଲୋଜି ଫୋରମ୍ (ଏନ୍ଇଟିଏଫ୍)ର ଅଧ୍ୟକ୍ଷ ଡଃ ଅନିଲ ସହସ୍ରବୁଦ୍ଧେ କହିଛନ୍ତି, “ ଦାୟିତ୍ୱପୂର୍ଣ୍ଣ ଇ-ବର୍ଜ୍ୟବସ୍ତୁର ନିଷ୍କାସନ ଆମର ପରିବେଶ ଓ ସାର୍ବଜନିନ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଶିକ୍ଷା କ୍ଷେତ୍ର ମଧ୍ୟରେ ସ୍ଥାୟିତ୍ୱକୁ ସମ୍ବୋଧିତ କରିବା, ଏକ ଫଳପ୍ରଦ ପ୍ରଭାବ ସୃଷ୍ଟି କରିବା ପାଇଁ ଜରୁରୀ ଅଟେ ଯାହା ବ୍ୟାପକ ସାମାଜିକ ପରିବର୍ତନକୁ ପ୍ରଭାବିତ କରିପାରିବ । ‘ଜେନେରେଶନ ଗ୍ରୀନ୍’ କ୍ୟାମ୍ପେନ ଭଳି ଅଭିଯାନଗୁଡିକ ଯୁବପିଢିଙ୍କୁ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ସଶକ୍ତ କରୁଛି । ଯୁବ ମସ୍ତିଷ୍କକୁ ସଚେତନ କରି ଏବଂ ଦାୟିତ୍ୱର ଏକ ଭାବନା ବିକଶିତ କରି, ଆମେ ଏଭଳି ଏକ ପିଢି ସୃଷ୍ଟି କରିପାରିବା ଯାହା ସ୍ଥାୟିତ୍ୱ ଅଭ୍ୟାସଗୁଡିକୁ ପ୍ରାଥମିକତା ଦେଇଥାଏ, ଉପଯୁକ୍ତ ଇ-ବର୍ଜ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିଥାଏ ଏବଂ ସମସ୍ତଙ୍କ ପାଇଁ ଏକ ସବୁଜ, ସୁସ୍ଥ ଭବିଷ୍ୟତରେ ଯୋଗଦାନ ଦେଇଥାଏ ।”
କେବଳ ଏକ ମାସ ମଧ୍ୟରେ ବିଭିନ୍ନ ସ୍କୁଲ ଓ କଲେଜଗୁଡିକରୁ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶକ୍ତି ବ୍ୟବହାର ହ୍ରାସ କରିବା ଏବଂ ଇ-ବର୍ଜ୍ୟବସ୍ତୁକୁ ଦାୟିତ୍ୱପୂର୍ଣ୍ଣ ଭାବେ ପରିଚାଳନା କରିବା, ଏକ ଅଧିକ ସ୍ଥାୟୀ ଜୀବନଶୈଳୀ ପ୍ରତି ଯୋଗଦାନ ଦେବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ୨୦୨୪ ଶେଷ ସୁଦ୍ଧା ଭାରତରେ ସର୍ବନିମ୍ନ ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିବା ।
ସେହିପରି ଓପୋ ଇଣ୍ଡିଆର ପବ୍ଲିକ୍ ଆଫାୟାର୍ସ ବିଭାଗର ମୁଖ୍ୟ ରାକେଶ ଭରଦ୍ୱାଜ କହିଛନ୍ତି, “ ଓପୋ ଇଣ୍ଡିଆରେ ଆମେ ଭାରତ ସରକାରଙ୍କ ନେଟ୍-ଜିରୋ ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛୁ ଏବଂ ଆମେ ଯୁବପିଢିଙ୍କ ଶକ୍ତି ଦ୍ୱାରା ପରିଚାଳିତ ଏକ ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଉଛୁ । କ୍ୟାମ୍ପେନକୁ ସେମାନେ ଆଣିଥିବା ସତେଜତା ଓ ନିୟୋଜନ ମାଧ୍ୟମରେ ସେମାନଙ୍କର ସକ୍ରିୟ ଯୋଗଦାନ ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି, ଏହି କ୍ୟାମ୍ପେନ କେବଳ କିଛି ସପ୍ତାହରେ ସଂଗ୍ରୁହୀତ ହୋଇଥିବା ୧ ଲକ୍ଷରୁ ଅଧିକ ସବୁଜ ପ୍ରତିଶ୍ରୁତିରେ ପହଂଚିଛି । ଯୁବପିଢି ଆଗକୁ ଆସୁଛନ୍ତି, ଦାୟିତ୍ୱ ଗ୍ରହଣ କରୁଛନ୍ତି ଏବଂ ପରିବେଶ ଦୃଷ୍ଟିରୁ ଦାୟିତ୍ୱସମ୍ପନ୍ନ ଜୀବନଶେହଳୀ ଆପଣାଇବା କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆମେ ୨୦ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରୁ ୫୦୦୦ ସଷ୍ଟେନାବିଲିଟି ଚାମ୍ପିଅନଙ୍କୁ ନିୟୋଜିତ କରିଛୁ, ଯେଉଁମାନେ ବର୍ତମାନ ଏକ ସ୍ୱଚ୍ଛ ଓ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ଲାଗି ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଛନ୍ତି । ଆମେ ୨ୟ ପର୍ଯ୍ୟାୟରେ ପ୍ରବେଶ କରିଥିବାରୁ, ଏହି ଯୁବ ଲିଡରମାନେ ଭାରତବ୍ୟାପୀ କଲେଜଗୁଡିକରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଇ-ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେବେ, ଯାହା ଏକ ମଜବୁତ ସବୁଜ ଅର୍ଥନୀତି ପାଇଁ ଆବଶ୍ୟକ ସବୁଜ ଚିନ୍ତାଧାରା ନିର୍ମାଣ କରିବ ।”
ୟୁନାଇଟେଡ ନ୍ୟାଶନ୍ସ ଟ୍ରେଡ୍ ଆଣ୍ଡ ଡେଭ୍ଲପମେଂଟ (ୟୁଏନ୍ସିଟିଏଡି) ରିପୋର୍ଟ ଅନୁଯାୟୀ ଭାରତ ୨୦୧୦ରୁ ୨୦୨୨ ମଧ୍ୟରେ ସ୍କ୍ରିନ, କମ୍ପ୍ୟୁଟର ଏବଂ କ୍ଷୁଦ୍ର ଆଇଟି ଓ ଟେଲିଯୋଗାଯୋଗ ଉପକରଣ (ଏସ୍ସିଏସ୍ଆଇଟି)ଗୁଡିକରୁ ସୃଷ୍ଟି ହେଉଥିବା ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ସର୍ବୋଚ୍ଚ ୧୬୩%ର ବୃଦ୍ଧି ପରିଲକ୍ଷିତ କରିଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏବଂ ପ୍ରଭାବୀ ଇ-ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉଲ୍ଲେଖନୀୟ କ୍ଷମତାର ପ୍ରତିନିଧିତ୍ୱ କରୁଛି ।
ରାମଜସ୍ କଲେଜ, ୟୁନିଭର୍ସିଟି ଅଫ୍ ଦିଲ୍ଲୀର ପ୍ରିନ୍ସିପାଲ ପ୍ରପେସର ଅଜୟ କୁମାର ଅରୋରା କହିଛନ୍ତି, “ ଆମେ ଗର୍ବିତ ଅନୁଭବ କରୁଛୁ ଯେ, ଓପୋ ଇଣ୍ଡିଆର ‘ଜେନେରେଶନ ଗ୍ରୀନ୍’ କ୍ୟାମ୍ପେନର ୨ୟ ପର୍ଯ୍ୟାୟକୁ ଲଂଚ୍ କରିବା ପାଇଁ ରାମ୍୍ଜସ କଲେଜକୁ ଚୟନ କରାଯାଇଛି । ସ୍ଥାୟିତ୍ୱ ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ରହିଥିବା ଏକ ଶିକ୍ଷାନୁଷ୍ଠାନ ଭାବେ ଆମେ ଆମର କ୍ୟାମ୍ପସ୍ ସଂସ୍କୃତିରେ ପରିବେଶ ଅନୁକୂଳ ଅଭ୍ୟାସଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛୁ । ଏହି ସହଭାଗିତା ଯୁବପିଢିଙ୍କ ମଧ୍ୟରେ ପରିବେଶୀୟ ଦାୟିତ୍ୱ ବିକଶିତ କରିବାର ଆମର ଲକ୍ଷ୍ୟ ସହ ଉପଯୁକ୍ତ ଭାବେ ଜଡିତ ରହିଛି । ଇ-ବର୍ଜ୍ୟବସ୍ତୁ ଭଳି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ଆମର ଛାତ୍ରଛାତ୍ରୀ ଓ ଭାରତର ଯୁବପିଢିଙ୍କୁ ସଶକ୍ତ କରି ଆମେ ଏକ ସ୍ୱଚ୍ଛ, ସବୁଜ ଭବିଷ୍ୟତ ସୃଷ୍ଟି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ । ଆମେ ଏହି ଅଭିଯାନର ନେତୃତ୍ୱ ନେଇ ଏବଂ ଏହି ଦେଶବ୍ୟାପୀ ଅଭିଯାନରେ ପ୍ରଥମ ଇକୋ-କନ୍ସିୟସ ଚାମ୍ପିଅନ ଇନ୍ଷ୍ଟିଚ୍ୟୁଟ୍ ଭାବେ କାର୍ଯ୍ୟ କରି ଗର୍ବିତ ।”
ଆସନ୍ତା କିଛି ସପ୍ତାହରେ ଏହି ଇ-ବର୍ଜ୍ୟବସ୍ତୁ ସଚେତନତା ଅଭିଯାନକୁ ମୁମ୍ବାଇର ସେଂଟ୍ ଜାଭିଅର୍ସ କଲେଜ, ଝାଡଖଣ୍ଡର ଆମିଟି ୟୁନିଭର୍ସିଟି, ଅହମ୍ମଦାବାଦର ସିଲ୍ଭର ଓକ୍ ୟୁନିଭର୍ସିଟି, ବେଙ୍ଗାଲୁରୁର ଦୟାନନ୍ଦ ସାଗର ୟୁନିଭର୍ସିଟି, ଏସ୍ଆର୍ଏମ୍ ୟୁନିଭର୍ସିଟି ଦିଲ୍ଲୀ-ଏନ୍ସିଆର୍,ସୋନିପତ, ଜୟପୁରର ଜେଇସିଆର୍ସି ୟୁନିଭର୍ସିଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ପରିଚାଳନା କରାଯିବ । ଛାତ୍ରଛାତ୍ରୀ, ଷ୍ଟାଫ୍ ସଦସ୍ୟ ଓ ପଡୋଶୀ ଶିକ୍ଷାନୁଷ୍ଠାନଗୁଡିକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରାଧିକୃତ କମ୍ପାନୀଗୁଡିକ ମାଧ୍ୟମରେ ଇ-ବର୍ଜ୍ୟବସ୍ତୁକୁ ସଂଗ୍ରହ କରିବା ଓ ଦାୟିତ୍ୱପୂର୍ଣ୍ଣ ଭାବେ ଡିସ୍ପୋଜ ବା ବର୍ଜନ କରିବା ପାଇଁ ପ୍ରୋତ୍ସାହିତ କରାଯିବ । ଏହି କଲେଜଗୁଡିକର ଛାତ୍ରଛାତ୍ରୀମାନଙ୍କୁ ସଷ୍ଟେନାବିଲିଟି ଇଂଟର୍ଣ୍ଣ ଭାବେ ନିଯୁକ୍ତ କରାଯିବ ଯିଏ କ୍ୟାମ୍ପସ ଆମ୍ବାସାଡର୍ ଭାବେ ସ୍ଥାୟୀ ଅଭ୍ୟାସଗୁଡିକରେ ଦକ୍ଷ ହେବେ ।
ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଶନାଲ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱର୍କ (ଏନ୍ଆଇଆର୍ଏଫ୍) ୨୦୨୫ ଏକ ନୂଆ ସଷ୍ଟେନାବିଲିଟି ର୍ୟାଙ୍କିଙ୍ଗ୍ କ୍ୟାଟାଗୋରିର ଶୁଭାରମ୍ଭ କରିବ ବୋଲି ଆଶା କରାଯାଉଛି ଯାହା ଶିକ୍ଷାନୁଷ୍ଠାନଗୁଡିକୁ ପରିବେଶୀୟ ସ୍ଥାୟିତ୍ୱ, ଶକ୍ତି ଦକ୍ଷତା ଓ ଗ୍ରୀନ କ୍ୟାମ୍ପସ ଅଭିଯାନ ଉପରେ ମୂଲ୍ୟାୟନ କରିବ । ଜେନେରେଶନ ଗ୍ରୀନ କ୍ୟାମ୍ପେନ ସେମାନଙ୍କର ସ୍ଥାୟିତ୍ୱ ପ୍ରୟାସଗୁଡିକୁ ଉନ୍ନତ କରିବାରେ ଶିକ୍ଷାନୁଷ୍ଠାନଗୁଡିକୁ ସହଯୋଗ କରୁଛି ।
Comments are closed, but trackbacks and pingbacks are open.