୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ରେ ନାମଲେଖା ପାଇଁ କଟ୍ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ samsodisha.gov.inକୁ ଯାଇ ସେମାନଙ୍କ ଇଣ୍ଟିମେସନ୍ ଲେଟ୍ର ଡାଉନ୍ ଲୋଡ଼୍ କରିପାରିବେ । ଚଳିତ ବର୍ଷ ଯୁକ୍ତ ଦୁଇ ନାମ ଲେଖାପାଇଁ ୪ ଲକ୍ଷ ୮୦ ହଜାର ୭୦୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେବେ ମନୋନୀତ ଛାତ୍ରଛାତ୍ରୀମାନେ ୨୫ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନାମ ଲେଖା ଅବଧି ବଢ଼ିବା ନେଇ ସରକାରଙ୍କ ଅନୁମତି ଲୋଡ଼ାଯାଇଥିବା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟମ୍ବର ୫ରୁ ୭ ତାରିଖ ମଧ୍ୟରେ ନାମ ଲେଖାଯିବ ।
Comments are closed, but trackbacks and pingbacks are open.