ଆଦାନି ଏଟଂରପ୍ରାଇଜେସ୍ ପକ୍ଷରୁ ୩୩ ଆଙ୍କର୍ ନିବେଶକଙ୍କଠାରୁ ୫,୯୮୫ କୋଟି ଟଙ୍କାର ପାଣ୍ଠି ସଂଗ୍ରହ

114

ଭୁବନେଶ୍ୱର: ପ୍ରସ୍ତାବିତ ଆଇପିଓ ପୂର୍ବରୁ ଆଦାନି ଏଟଂରପ୍ରାଇଜେସ୍ ଏଫ୍‌ପିଓ ଇକ୍ୱିଟି ସେୟାର ପିଛା ୩,୨୭୬ ଟଙ୍କା ଭଳି ଉଚ୍ଚ ମୂଲ୍ୟରେ ୧,୮୨,୬୮,୯୨୫ ଏଫ୍‌ପିଓ ଇକ୍ୱିଟି ସେୟାର ଜାରି କରି ୩୩ ଆଙ୍କର ନିବେଶକଙ୍କଠାରୁ ୫,୯୮୫ କୋଟି ଟଙ୍କା ହାସଲ କରିଛି । କଂପାନିର ଦୃଢ଼ ବ୍ୟବସାୟ ଦର୍ଶନ ଉପରେ ନିବେଶକମାନଙ୍କ ରହିଥିବା ବିଶ୍ୱାସର ପ୍ରତିଫଳନ ହେଉଛି ସୁସ୍ଥକର ଓ ବିବିଧ ଏଫ୍‌ପିଓ ଆଙ୍କର ବୁକ୍ ।
ଅବଶିଷ୍ଟ ୨,୯୯୨ କୋଟି ଟଙ୍କାର ୧,୮୨,୬୮,୯୨୫ ଏଫ୍‌ପିଓ ଇକ୍ୱିଟି ସେୟାରକୁ ନିର୍ଦେଶକ ବୋର୍ଡ କିମ୍ବା କମିଟିର ନିଷ୍ପତି ଅନୁସାରେ ଏଫ୍‌ପିଓ ଇକ୍ୱିଟି ସେୟାର ପିଛା ୧୬୩୮ ଟଙ୍କା ମୂଲ୍ୟରେ ଜାରି କରାଯିବ । ମେବ୍ୟାଙ୍କ୍ ସିକ୍ୟୁରିଟିଜ୍ ପିଟିଇ ଲିମିଟେଡ୍‌, ଆବୁଧାବି ଇନଭେଷ୍ଟ୍‌ମେଂଟ୍ ଅଥରିଟି, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏମ୍ପ୍ଲଇଜ୍ ପେନ୍‌ସନ୍ ଫଣ୍ଡ୍‌, ଭାରତୀୟ ଜୀବନ ବୀମା ନିଗମ, ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌, ଅଲ୍ ମେହୱର କମର୍ସିଆଲ ଇନଭେଷ୍ଟମେଂଟ୍‌, ଏବିଏସ୍ ଡାଇରେକ୍ଟ ଇକ୍ୱିଟି ଫଣ୍ଡ୍ ଏଲ୍‌ଏଲ୍‌ସ୍‌ି, ବିଏନ୍‌ପି ପରିବାସ ଆବ୍ରିଟ୍ରେଜ୍‌, ସୋସେଇଟି ଜେନେରାଲ, ଜୁପିଟର ଇଣ୍ଡିଆ ଫଣ୍ଡ୍ ଜୁପିଟର ସାଉଥ୍ ଏସିଆ ଇନଭେଷ୍ଟ୍‌ମେଂଟ୍ କଂପାନି, ଗୋଲଡମ୍ୟାନ୍ ସଚ୍‌ସ ଇନେଭଷ୍ଟମେଂଟ୍ (ମରିସସ) ଲିମିଟେଡ୍‌, ମର୍ଗାନ୍ ଷ୍ଟାନ୍‌ଲି ଏସିଆ (ସିଙ୍ଗାପୁର) ପିଟିଇ, ନୋମୁରା ସିଙ୍ଗାପୁର ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ମରିସସ୍ ପ୍ରାଇଭେଟ୍ ଲିମିଟେଡ୍‌, କୋହେସନ୍‌ସ ଏମ୍‌କେ ବେଷ୍ଟ୍ ଆଇଡିଆଜ୍ ସବ୍‌-ଟ୍ରଷ୍ଟ୍‌, ୱିନ୍‌ରୋ କମର୍ସିଆଲ୍ ଇଣ୍ଡିଆ ଲିମିଟେଡ୍ ଭଳି ଆଙ୍କର୍ ନିବେଶକମାନଙ୍କଠାରୁ କଂପାନି ପାଣ୍ଠି ହାସଲ କରିଛି ।
ଏଫ୍‌ପିଓ ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୩,୧୧୨ ଟଙ୍କାରୁ ୩୨୭୬ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ଚାରିଟି ଏଫ୍‌ପିଓ ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ଚାରିଟି ଲେଖାଏଁ ଏଫ୍‌ପିଓ ଇକ୍ୱିଟି ସେୟାରର ଗୁଣିତକ ହିସାବରେ ଆଗକୁ ବଢ଼ିବାକୁ ହେବ । ଏଫ୍‌ପିଓ ଅଫର ୨୦୨୩ ଜାନୁଆରି ୩୧ରେ ବନ୍ଦ ହେବ । ୟୁପିଆଇ ସମୟ ବିଡ୍‌/ ଅଫର ବନ୍ଦ ହେବା ତାରିଖର ଅପରାହ୍ନ ୫ଟା ।
ଏହି ଅଫରରେ ରିଟେଲ୍ ଭାଗ ଉପରେ ଏଫ୍‌ପିଓ ଇକ୍ୱିଟି ସେୟାର ପିଛା ରିଟେଲ୍ ନିବେଶକମାନଙ୍କୁ ୬୪ ଟଙ୍କାର ରିହାତି ଦିଆଯିବ । ସେୟାରକୁ ଷ୍ଟକ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ କରାଯିବ ।
ଏହି ଅଫରରୁ ମିଳିବାକୁ ଥିବା ୧୦,୮୬୯ କୋଟି ଟଙ୍କାର ପାଣ୍ଠିକୁ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ପୂର୍ବରୁ ଥିବା ବିମାନବନ୍ଦରଗୁଡ଼ିକର ଉନ୍ନତୀକରଣ ଏବଂ ଏକ ନୂଆ ଏକ୍ସପ୍ରେସ୍‌ୱେ ବିକାଶ କରିବା ପାଇଁ କିଛି ସହାୟକ କଂପାନିଙ୍କୁ ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବାକୁ ଦିଆଯିବ । କଂପାନି ୪,୧୬୫ କୋଟି ଟଙ୍କାକୁ ଆଦାନି ଏୟାରପୋର୍ଟ ହୋଲ୍‌ଡିଂ ଲିମିଟେଡ୍‌, ଆଦାନି ରୋଡ୍ ଟ୍ରାନ୍ସପୋର୍ଟ ଲିମିଟେଡ୍ ଓ ମୁନ୍ଦ୍ରା ସୋଲାର ଲିମିଟେଡ୍‌ର ଋଣ ପରିଶୋଧ ଲାଗି ବ୍ୟବହାର କରିବ । ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ବିଓବି କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍‌, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟସ୍ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ମୋନାର୍କ ନେଟ୍‌ୱର୍କ କ୍ୟାପିଟାଲ୍ ଲିମିଟେଡ୍ ଓ ଏଲାରା କ୍ୟାପିଟାଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।

Comments are closed, but trackbacks and pingbacks are open.