କଟକ – ଓଡିଶା ଆରକ୍ଷୀ ଅଧିକାରୀ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍ ମିଶ୍ରଙ୍କୁ ପୁଲିସ୍ ଡିଜି ଆର୍ପି ଶର୍ମା ନିଲମ୍ବିତ କରିଛନ୍ତି।
ବାଲିଆପାଳରେ ନାବାଳକ ମୃତ୍ୟୁପରେ ଆଇଆଇସିଙ୍କ ଉପରେ ଆକ୍ରମଣ ପରେ ସେ ପୁଲିସ ଅଧିକାରୀଙ୍କ ପାଇଁ ସୁରକ୍ଷା ମାଗିଥିଲେ । ଏଥିପାଇଁ ଏକ ସ୍ୱତନ୍ତ୍ର ଆଇନ ପାଇଁ ଦାବି କରିଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିକ୍ଷୋଭ ବେଳେ ଏହା ଭିଡ ଜମିଲେ ପୁଲିସ ଅଧିକାରୀ ନିଜ ଜୀବନକୁ କାହିଁକି ବିପଦରେ ରଖି କାମ କରିବା ବୋଲି ପ୍ରଶ୍ନ କରିଥିଲେ ।
ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ସେନାର ଜବାନ ନିଜ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା କରୁଥିବା ବେଳେ ଦେଶର ଅନ୍ତରୀଣ ସୁରକ୍ଷା ଦାୟୀତରେ ଥିବା ଜଣେ ପୁଲିସ ଅଧିକାରୀଙ୍କ ଏପରି ବକ୍ତବ୍ୟକୁ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଥିଲେ ।