ଭୁବନେଶ୍ୱର/ନୂଆଦିଲ୍ଲୀ- ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି । ଆସନ୍ତାକାଲି ସୁଦ୍ଧା ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ଗତିକରି ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା କ୍ରମଶଃ ଉତ୍ତର-ଆନ୍ଧ୍ର ଓ ଦକ୍ଷିଣ-ଓଡ଼ିଶା ଉପକୂଳ ଆଡକୁ ଗତିକରି ଆସନ୍ତା ଡିସେମ୍ବର ୪ ତାରିଖ ସକାଳେ ସ୍ଥଳଭାଗ ଛୁଇଁପାରେ । ତେବେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ, ତାହା ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ହୋଇପାରିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ ଏବଂ ଉପକୂଳ ଓଡ଼ିଶାର ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାର କେତେକ ସ୍ଥାନରେ ଶୁକ୍ରବାରଠାରୁ ବର୍ଷା ହୋଇପାରେ । ଶନିବାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଏପରିକି ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ରହିପାରେ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର କୃଷି ଅଧିକାରୀ ଓ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ଛୁଟି ବାତିଲ ସହ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି । ଆସନ୍ତାକାଲି ସୁଦ୍ଧା ଏହା ପଶ୍ଚିମ ଓ ଦକ୍ଷିଣପଶ୍ଚିମ ଦିଗକୁ ଗତିକରି ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା କ୍ରମଶଃ ଉତ୍ତର-ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ଗତିକରି ଆସନ୍ତା ଡିସେମ୍ବର ୪ତାରିଖ ସକାଳେ ସ୍ଥଳଭାଗ ଛୁଇଁପାରେ । ତେବେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ହୋଇପାରିବ ବୋଲି ଆଇଏମଡି ମୁଖ୍ୟ
ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ ଏବଂ ଉପକୂଳ ଓଡ଼ିଶାର ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାର କେତେକ ସ୍ଥାନରେ ଶୁକ୍ରବାରଠାରୁ ବର୍ଷା ହୋଇପାରେ । ଶନିବାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି ଏହି ସମୟରେ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ରହିପାରେ ।
ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର କୃଷି ଅଧିକାରୀ ଓ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ଛୁଟି ବାତିଲ ସହ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।