ଜାଣନ୍ତୁ, କେଉଁ ଭୁଲ ପାଇଁ ଜୀବନରେ ପଡେ ଗ୍ରହମାନଙ୍କ କୁପ୍ରଭାବ
କିଛି ଅଭ୍ୟାସ ଏପରି ହୋଇଥାଏ ଯାହା କାରଣରୁ ଗ୍ରହର ଅଶୁଭ ପ୍ରଭାବ ଆମ ଉପରେ ପଡିଥାଏ । ଯେପରି କି ଅଯଥା ପାଣି ନଷ୍ଟ କରିବା । ପାଣି ଅଯଥା ନଷ୍ଟ କରିବା ଦ୍ୱାରା ଚନ୍ଦ୍ରଙ୍କ ଦୋଷ ବଢିଥାଏ । ଚନ୍ଦ୍ରଙ୍କ ଅଶୁଭ ଦୃଷ୍ଟି ପଡିବା ଦ୍ୱାରା ଘରେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଘରେ ରହୁଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । କିଛି ଲୋକ ଖାଇବାକୁ ଅଇଁଠା କରି ଛାଡି ଦିଅନ୍ତି । ଏପରି କରିବା ଦ୍ୱାରା ମଙ୍ଗଳ ଓ ଶୁକ୍ର ଗ୍ରହର ଅଶୁଭ ଦୃଷ୍ଟି ପଡିଥାଏ । ଏହି କାରଣରୁ କିଛି ଲୋକ ବିବାଦର ଶିକାର ହୋଇଥାନ୍ତି । ଧନର ଅଭାବ ଦେଖା ଦେଇଥାଏ । ଏପରି କିଛି ଅଭ୍ୟାସକୁ ଯଥା ଶୀଘ୍ର ବଦଳାଇବା ଦ୍ୱାରା ଗ୍ରହମାନଙ୍କ ଅଶୁଭ ଦୃଷ୍ଟିରୁ ରକ୍ଷା ପାଇ ପାରିବା ।
ବସିବା ସମୟରେ ଗୋଡ ହଲାଇବା:
କିଛି ଲୋକଙ୍କର ବସିବା ସମୟରେ ଗୋଡ ହଲାଇବା ଅଭ୍ୟାସ ହୋଇଥାଏ । ଜ୍ୟୋତିଷ ଅନୁସାରେ ଏପରି କରିବା ଦ୍ୱାରା ଜାତକରେ ବୁଧ ଶନି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନଙ୍କ ଅଶୁଭ ଦୃଷ୍ଟି ଜୀବନରେ ପଡିବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବସିବା ସମୟରେ ଗୋଡ ହଲାଇବା ଅଭ୍ୟାସକୁ ଆସ୍ତେ ଆସ୍ତେ ଦୂରେଇ ଦିଅନ୍ତୁ । ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଚଢାନ୍ତୁ । ବୁଧବାର ଦିନ ଗାଈକୁ ମୁଗ ଖାଇବାକୁ ଦିଅନ୍ତୁ ।
ବାରମ୍ବାର କୁଣ୍ଡାଇ ହେବା:
କୁଣ୍ଡାଇ ହେବା ଏକ ସ୍ୱାଭାବିକ କ୍ରିୟା ଅଟେ । କିନ୍ତୁ ଅନେକ ବ୍ୟକ୍ତି ଜାଣି ଶୁଣି କୁଣ୍ଡାଇ ହୋଇଥାନ୍ତି । ଏପରି ଲୋକଙ୍କ ଉପରେ କେତୁ ଗ୍ରହ କୁପ୍ରଭାବ ପଡିଥାଏ । ଏଥିରୁ ବଞ୍ଚିବା ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ।
ଝୁଲି ଝୁଲି କଥା କହିବା:
ଦେଖା ଯାଇଛି ଯେ, କିଛି ବ୍ୟକ୍ତି କଥା କହିବା ଅଯଥାରେ ଝୁଲିଥାନ୍ତି । ଏହି ଅଭ୍ୟାସରୁ ଏପରି ବ୍ୟକ୍ତି ଗୋଟିଏ ସ୍ଥାନରେ ଠିଆ ହୋଇ କିମ୍ବା ବସି କଥା ହୋଇ ପାରନ୍ତି ନାହିଁ । ଏପରି ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇଥାଏ । ଏମାନଙ୍କ ଜୀବନରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ । ଏହି ଅଭ୍ୟାସ କାରଣରୁ ଗୁରୁ ଓ ବଉଦ ଗ୍ରହଙ୍କ କୁପ୍ରଭାବ ପଡିଥାଏ । ଏହି କୁପ୍ରଭାବରୁ ରକ୍ଷା କରିବା ପାଇଁ ଗଣେଶ ମନ୍ଦିରରେ ଲଡୁ ଭୋଗ ଲଗାନ୍ତୁ ।
ଅଯଥା କଥାରେ ସମୟ ଦେବା:
କିଛି ବ୍ୟକ୍ତିଙ୍କ ଅଭ୍ୟାସ ଅଛି ଯେ ଅନ୍ୟ କଥାରେ ଅଯଥାରେ ମୁଣ୍ଡ ପୁରାଇବା । କେହି କୌଣସି ବିଷୟରେ ମତାମତ ମାଗିବା ପୂର୍ବରୁ ଦେଇଥାନ୍ତି । ଏପରି କରିବା ଦ୍ୱାରା ବୃହସ୍ପତିଙ୍କ ଅଶୁଭ ଦୃଷ୍ଟି ପଡିଥାଏ । ଏଥିରେ ରକ୍ଷା ପାଇବା ପାଇଁ ଅଭ୍ୟାସକୁ ଯଥାଶୀଘ୍ର ବଦଳାଇବାକୁ ଚେଷ୍ଟା କରନ୍ତୁ । ବୃହସ୍ପତିଙ୍କ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଯେକୌଣସି ମନ୍ଦିରକୁ ଯାଇ ହଳଦୀ, ଚନ୍ଦନ କିମ୍ବା କେସର ଦାନ କରନ୍ତୁ ।
ବାରମ୍ବାର ଖାଇବା:
କିଛି ବ୍ୟକ୍ତିମାନେ ବାରମ୍ବାର ଖାଇଥାନ୍ତି । ଏପରି କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସୂର୍ଯ୍ୟଙ୍କ ପ୍ରଭାବ ପଡିଥାଏ । କୁପ୍ରଭାବରେ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ୟକ୍ତିଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ । ପାଖାପାଖି ରହୁଥିବା ବ୍ୟକ୍ତିଙ୍କ ସହ ଅଯଥା ବିବାଦ ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେହ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।