କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟୟଲେଟ୍‍ ବ୍ୟବସ୍ଥା

0 104

କଟକ ମହାନଗର ନିଗମ ପକ୍ଷରୁ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦ୍‍ଘାଟନ ହୋଇଛି । କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଏହି ଇ-ଟୟଲେଟ୍‍ ବ୍ୟବସ୍ଥା । ଲୋକଙ୍କୁ ଏକଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପରିଚାଳନା କରିବେ ।

ଏକସଙ୍ଗରେ କଟକରେ ୨ଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟୟଲେଟ୍‍ର ସୁବିଧା ମିଳିବ । ସହରକୁ ବାହାରୁ ଆସୁଥିବା ଲୋକେ ବିଶେଷ କରି ମହିଳାମାନଙ୍କ ଟୟଲେଟ୍‍ ସମସ୍ୟାକୁ ଦୃଷ୍ଟିରେ ରଖି ନିଗମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ସହରର ୨ଟି ସ୍ଥାନରେ ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯାଇଛି । ଆଗକୁ ସହରର ଅନ୍ୟ ସ୍ଥାନରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଛି । କଟକରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ମଧୁପାଟଣା ଓ ଓଏମ୍‍ପିରେ ଇ-ଟୟଲେଟ୍‍ ବ୍ୟବସ୍ଥା କରାଯାଇଥିବା ସିଏମ୍‍ସି କମିଶନର କହିଛନ୍ତି । କାରଣ ଏଠାରେ ବସ୍‍ ତଥା ଗମନାଗମନ ଅଧିକ ଥାଏ । ଇ-ଟୟଲେଟ ସହ ପାଖରେ ରହିଛି ଏଣ୍ଟିଗ୍ରେଟେଡ୍‍ ଭେଣ୍ଡିଂ ଜୋନ୍‍ । ଏହି ଦୋକାନକୁ ମହିଳା ଚଳାଇବେ । ଦୋକାନର ଲାଭ ପଇସାରେ ଇ-ଟୟଲେଟ୍‍ ଚାଲିବ ବୋଲି ସେ କହିଛନ୍ତି ।

Leave A Reply