କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍‍ କୋର୍ଟଙ୍କ ଅଙ୍କୁଶ

0 1,216

କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଉପରେ ସୁପ୍ରିମ୍‍ କୋର୍ଟ ଅଙ୍କୁଶ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀମାନେ ଯଦି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଏହି ପୋଷ୍ଟରଗୁଡ଼ିକ କେବଳ ସ୍ୱତନ୍ତ୍ର ମାମଲାରେ ଲଗାଯାଇପାରିବ ।

ସାଧାରଣତଃ କୌଣସି ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ଘର ବାହାରେ ପ୍ରଶାସନ ତରଫରୁ ଚେତାବନୀ ସମ୍ପର୍କିତ ପୋଷ୍ଟର ବା ସାଇନେଜ୍‍ ଲଗାଯାଉଛି । କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ନଲଗାଇବାକୁ ନିର୍ଦ୍ଦେଶ ଦେବାଲାଗି ଅନୁରୋଧ କରି ଦାଖଲ ହୋଇଥିବା ପିଟିସନ୍‍ର ଶୁଣାଣୀ  କରି ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି
ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply