ଭୁବନେଶ୍ୱର – ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା ଭଳି ଜରାଶ୍ରମ ନିର୍ମାଣର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟ ରାଜ୍ୟର ୯ଟି ଜିଲ୍ଲା ସମ୍ବଲପୁର, ଖୋର୍ଦ୍ଧା, କଟକ, କନ୍ଧମାଳ, ଭଦ୍ରକ, ମାଲକାନଗିରି, ଗଞ୍ଜାମ, ପୁରୀ ଓ ନବରଙ୍ଗପୁରର ଜରାନିବାସର ନିର୍ମାଣ ଆରମ୍ଭ ହୋଇଛି । ଏହି ଜରାନିବାସରେ ୨୦୦ ଜଣ ରହିବାର ବ୍ୟବସ୍ଥା ଥିବାବେଳେ ଏଥିପାଇଁ ମୋଟ୍ ୬୨ କୋଟି ଟଙ୍କା ମଂଜୁର ହୋଇଛି ।
ଏଥିମଧ୍ୟରେ ସମ୍ବଲପୁର ଓ କନ୍ଧମାଳ ଜିଲ୍ଲା ପାଇଁ ୧୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି
ଖୋର୍ଦ୍ଧା ଜିଲ୍ଲା ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି ।
ଗଞ୍ଜାମ ଜିଲ୍ଲା ପାଇଁ ୫ କୋଟି ୫୦ ଲକ୍ଷ ଦିଆଯାଇଛି
କଟକ, ପୁରୀ, ଭଦ୍ରକ ଓ ମାଲକାନଗିରି ଜିଲ୍ଲାକୁ ୫ କୋଟି ଟଙ୍କା ଏବଂ ନବରଙ୍ଗପୁର ଜିଲ୍ଲାକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
୨୦୦୭ ମସିହାରେ ଆସିଥିବା ବରିଷ୍ଠ ନାଗରିକ ସୁରକ୍ଷା ଆଇନ ଆଧାରରେ ରାଜ୍ୟରେ ମୋଟ୍ ୨୮୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୯ଟି ମାମଲାର ଫଏସଲା ହୋଇଛି ଏବଂ ଜଣେ ବ୍ୟକ୍ତି ଦଣ୍ଡ ପାଇଥିବା ବେଳେ ୨୫ ଜଣ ଜେଲ୍ରେ ରହିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି ।