ଅନ୍ତରୀକ୍ଷରେ ସରପ୍ରାଇଜ୍‌ ଦେଲା ଭାରତ, ବିଶ୍ୱର ଚତୁର୍ଥ ମହାଶକ୍ତି ଭାବେ ମିସାଇଲ୍‌ ମାଡକରି ମାତ୍ର ୩ମିନିଟ୍‌ରେ ଧ୍ୱଂସ କଲା ସାଟେଲାଇଟ୍‌

0 965

ନୂଆଦିଲ୍ଲୀ . – ମହାକାଶ ବିଜ୍ଞାନରେ ଭାରତ ଏକ ବଡ ସଫଳତା ହାସଲ କରିଛି । ମହାକାଶ ବିଜ୍ଞାନୀମାନେ ଭାରତକୁ ବିଶ୍ୱର ଚତୁର୍ଥ ମହାଶକ୍ତି ଭାବେ ବିକଶିତ କରିଛନ୍ତି । ପଥିବୀଠାରୁ ୩ଶହ କିଲୋମିଟର ଦୂରରେ ଥିବା ଏକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍‌କୁ ମିସାଇଲ୍‌ ମାଡ କରି ଧ୍ୱଂସ କରିଛି ।  ଡିଆର୍‌ଡିଓ ପକ୍ଷରୁ ଆଣ୍ଟି ସାଟେଲାଇଟ୍‌ ମିସାଇଲ୍‌ ବା ଏ-ସ୍ୟାଟକୁ ପରୀକ୍ଷଣ କରାଯାଇଥିଲା । ଏହା ସଫଳ ହୋଇଛି । ଆଗରୁ କେବଳ ଆମେରିକା, ଋଷ ଓ ଚୀନ୍‌ ନିକଟରେ ଏହି ଜ୍ଞାନକୌଶଳ ଓ କ୍ଷେପଣାସ୍ତ୍ର ଥିଲା ।

ଏହି ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ବାର୍ତ୍ତା ଦେବା ସହ ଭାରତୀୟ ବୈଜ୍ଞାନିକମାନଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ଲୋଆର୍ଥ ଅରବିଟ୍‌ରେ ଥିବା ଏହି ସାଟେଲାଇଟ୍‌କୁ ମାତ୍ର ୩ ମିନିଟ୍‌ ମଧ୍ୟରେ କ୍ଷେପଣାସ୍ତ୍ର ନଷ୍ଟ କରିଥିଲା ।

Leave A Reply