ଦୀପାବଳିରେ କର୍ମଚାରୀଙ୍କୁ ନିଆରା ବୋନସ୍‌: ୨୫ ବର୍ଷର ସେବା ପାଇଁ ମିଳିଲା ୨ବିଏଚକେ ଘର

0

ଭୁବନେଶ୍ୱର-ସ୍ଥିତ ମୋଟୱାନି କନ୍‌ଷ୍ଟ୍ରକ୍‌ଶନ୍ସର ଏହି ପଦକ୍ଷେପ ମାଧ୍ୟମରେ ୨୫ ବର୍ଷ ହେବ କମ୍ପାନୀରେ କାର୍ଯ୍ୟରତ ବିଶ୍ୱସ୍ତ କର୍ମଚାରୀଙ୍କୁ ତାଙ୍କର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇ ଏକ ଘର ଉପହାର ଦେଇଛି

ଭୁବନେଶ୍ୱର: ଦୀପାବଳି ବୋନସ୍ ସାଧାରଣତଃ ମିଠା, ଉପହାର ସାମଗ୍ରୀ କିମ୍ବା ନଗଦ ଅର୍ଥରାଶି ଭାବେ ଆସିଥାଏ। କିନ୍ତୁ ଭୁବନେଶ୍ୱରସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ମୋଟୱାନି କନ୍‌ଷ୍ଟ୍ରକ୍‌ଶନ୍ସର ଜଣେ କର୍ମଚାରୀଙ୍କ ପାଇଁ ଚଳିତ ବର୍ଷର ଦୀପାବଳି କିଛି ଅସାଧାରଣ ଓ ସ୍ୱତନ୍ତ୍ର ଉପହାର ଆଣିଛି, ଯାହା ହେଉଛି ଏକ ୨ ବିଏଚକେ ଆପାର୍ଟମେଂଟ ।
ନିଜର କର୍ମଚାରୀଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇ ମୋଟୱାନି କନ୍‌ଷ୍ଟ୍ରକ୍‌ଶନ୍ସ ତାର ଜଣେ କର୍ମଚାରୀଙ୍କୁ ଏକ ଦୁଇ ବେଡରୁମ ବିଶିଷ୍ଟ ଘର ଉପହାର ଦେଇଛି ଯିଏ ଦୀର୍ଘ ୨୫ ବର୍ଷ ହେବ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। କମ୍ପାନୀର ଏହି ପଦକ୍ଷେପ ୨୫ ବର୍ଷର ଦୃଢ ପ୍ରତିବଦ୍ଧତା, ବିଶ୍ୱାସ ଓ ସମର୍ପଣଭାବକୁ ସ୍ୱୀକୃତି ପ୍ରଦାନ କରିଛି।
ଆଜିକାଲି କର୍ମଚାରୀଙ୍କୁ ଦୀର୍ଘଦିନ ଧରି ସଂସ୍ଥା ସହ ଯୋଡ଼ି ରଖିବା ଏବଂ ସେମାନଙ୍କ ଭଲ କାମକୁ ସମ୍ମାନ ଦେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ମୋଟୱାନି କନ୍‌ଷ୍ଟ୍ରକ୍‌ଶନ୍ସର ଏହି ପଦକ୍ଷେପ ସଂସ୍ଥାର ବିକାଶରେ ଯୋଗଦାନ ଦେଇଥିବା କର୍ମଚାରୀଙ୍କୁ କିପରି ସମ୍ମାନ ଦିଆଯାଇପାରିବ, ତାହାର ଏକ ଭଲ ଉଦାହରଣ ଦେଇଛି ।
ଅଧିକାଂଶ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ଘର କିଣିବା ସେମାନଙ୍କ ଜୀବନର ସବୁଠାରୁ ବଡ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ହୋଇଥାଏ। ଦୀର୍ଘ ସମୟ ହେବ କାର୍ଯ୍ୟ କରିଆସୁଥିବା ଜଣେ କର୍ମଚାରୀଙ୍କ ପାଇଁ ସେହି ସ୍ୱପ୍ନ ଏବେ ଏକ ବାସ୍ତବତାରେ ପରିଣତ ହୋଇଛି, ଏଥିପାଇଁ ଜଣେ ନିଯୁକ୍ତିଦାତାଙ୍କୁ ଧନ୍ୟବାଦ ଯିଏ ଏକ ଅସାଧାରଣ ଉପାୟରେ ବିଶ୍ୱସନୀୟତାକୁ ପାଳନ କରିବା ପାଇଁ ଚୟନ କରିଥିଲେ।
ରିଅଲ ଇଷ୍ଟେଟ କ୍ଷେତ୍ରରେ କମ୍ପାନୀର ମୂଳତ୍ୱ ଜଡିତ ଥିବାରୁ ଏହି ପଦକ୍ଷେପ ଏକ ଗଭୀର ମହତ୍ୱ ବହନ କରୁଛି। ମୋଟୱାନି କନ୍‌ଷ୍ଟ୍ରକ୍‌ଶନ୍ସ ଗ୍ରାହକଙ୍କ ପାଇଁ ଘର ନିର୍ମାଣ କରିବା ଉପରେ ନିଜର ବ୍ୟବସାୟ ସ୍ଥାପନ କରିଥିବା ବେଳେ ଚଳିତ ଦୀପାବଳିରେ ଏହା ନିଜର ଜଣେ କର୍ମଚାରୀଙ୍କୁ ଘର ମାଲିକରେ ପରିଣତ କରିବା ପାଇଁ ନିଷ୍ପତି ନେଇଥିଲା।
ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ, ଦିଲ୍ଲୀପ ମୋଟୱାନି କହିଛନ୍ତିଯେ, “ମୋଟୱାନି କନ୍‌ଷ୍ଟ୍ରକ୍‌ଶନ୍ସର ବିକାଶରେ ଯୋଗଦାନ ଦେଇଥିବା କର୍ମଚାରୀଙ୍କୁ ସମ୍ମାନ ଦେବା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପରିଶ୍ରମରେ ଆଗକୁ ବଢ଼ିଥାଏ। ୨୫ ବର୍ଷ ଧରି ନିଷ୍ଠାର ସହ କାମ କରିବା ଓ କମ୍ପାନୀ ପ୍ରତି ବିଶ୍ୱସ୍ତ ରହିବା ନିଶ୍ଚିତ ଭାବେ ପ୍ରଶଂସାର ଯୋଗ୍ୟ। ଆମର ଏହି ପଦକ୍ଷେପ ମାଧ୍ୟମରେ ଆମେ ସେହି କର୍ମଚାରୀଙ୍କ ସ୍ୱପ୍ନ ପୂରଣରେ ସହଯୋଗ କରିବାକୁ ଚାହୁଁଛୁ, ଯେଉଁମାନେ ଆମର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିଛନ୍ତି ।”
ଏହି କାହାଣୀ ଏଭଳି ଏକ ସମୟରେ ଆସିଛି, ଯେତେବେଳେ ଲୋକମାନେ ବାରମ୍ବାର ଚାକିରି ବଦଳାଉଛନ୍ତି ଏବଂ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଖୋଜୁଛନ୍ତି । ଏଭଳି ସମୟରେ ମୋଟୱାନି କନ୍‌ଷ୍ଟ୍ରକ୍‌ଶନ୍ସର ଏହି ପଦକ୍ଷେପ କର୍ମଚାରୀ ଓ କମ୍ପାନୀ ମଧ୍ୟରେ ଦୀର୍ଘଦିନର ବିଶ୍ୱାସ ଓ ଭଲ ସମ୍ପର୍କର ଗୁରୁତ୍ୱକୁ ଦର୍ଶାଉଛି ।
ଏକ ପାର୍ବଣ ଉପହାରଠାରୁ ଅଧିକ କିଛି ଭାବେ ଏହି ଉପହାର ଏକ ସରଳ ତଥାପି ଶକ୍ତିଶାଳୀ ଭାବନାକୁ ପ୍ରତିଫଳନ କରୁଛି: ବେଳେବେଳେ ଏକ କମ୍ପାନୀର ନିର୍ମାଣରେ ସାହାଯ୍ୟ କରିବା ପାଇଁ କାହାକୁ ଧନ୍ୟବାଦ ଦେବାର ସବୁଠାରୁ ଅର୍ଥପୂର୍ଣ୍ଣ ମାଧ୍ୟମ ହେଉଛି ସେମାନଙ୍କୁ ଏଭଳି ଏକ ସ୍ଥାନ ପ୍ରଦାନ କରିବା ଯାହାକୁ ସେ ଘର କହିପାରିବେ।

Comments are closed, but trackbacks and pingbacks are open.