ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ଦେଶୀ ଡଙ୍ଗା ଓଲଟିବା ଘଟଣାରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ମଧ୍ୟ ଆଉ ୨ ଜଣ ନିଖୋଜ ଅଛନ୍ତି । ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଂଚାୟତ କନ୍ଧଗୁଡା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ ଜଣ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ନିକଟସ୍ଥ ସାଙ୍ଗରେଡିର ଏକ ଇଟା ଭାଟିରେ କାମ କରିବାକୁ ଯାଇ ନିଜ ଗ୍ରାମକୁ ଫେରୁଥିଲେ ।
ଗତକାଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ ସୁନାରାମ ହେମରମଙ୍କ ନେତୃତ୍ୱରେ ଓଡ୍ରାଫ ଓ କୋରୁକୋଣ୍ଡା ଅଗ୍ନିଶ୍ରମ ସେବା ବାହୀନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଜଣେ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରିଥିଲେ >