ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ରର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ 4G ମୋବାଇଲ୍‍ ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ହଜାର ୪୬୬ କୋଟି ଟଙ୍କା ମଞ୍ଜୁର କରିଥିବାରୁ

0 125

ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ରର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ୪ଏ ମୋବାଇଲ୍‍ ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ହଜାର ୪୬୬ କୋଟି ଟଙ୍କା ମଞ୍ଜୁର କରିଥିବାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଟୁଇଟ୍‍ ମାଧ୍ୟମରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଏହି ନିଷ୍ପତ୍ତି ରାଜ୍ୟର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ୪ଏ ସେବା ଉପଲବ୍ଧ ନଥିବା ୭ହଜାର ୨୮୭ ଗ୍ରାମରେ ଡିଜିଟାଲ ସେବାକୁ ଗତି ଦେବା
ସହ ବିକାଶ ମୂଳକ କାର୍ଯ୍ୟ ଦିଗରେ ସହାୟକ ହେବ ।

ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜବୁତ୍‍ କରିବା ସଙ୍ଗେସଙ୍ଗେ ଏହା ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଇଣ୍ଟରନେଟ୍‍ ପ୍ରଦାନ କରିବାରେ ସହାୟକ ହେବ । ଶ୍ରୀ
ପ୍ରଧାନ ତାଙ୍କ ଟୁଇଟ୍‍ରେ ଖୁସି ବ୍ୟକ୍ତ କରି କହିଛନ୍ତି ଏହି ନିର୍ଣ୍ଣୟ ଦ୍ୱାରା ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାର ୩ ହଜାର ୯୩୩ ଗ୍ରାମରେ ହାଇସ୍ପିଡ୍‍ ମୋବାଇଲ୍‍ ଏବଂ ଇଣ୍ଟରନେଟ୍‍ର ସଂଯୋଗୀକରଣ ହେବ ।

Leave A Reply