ବଜେଟରେ ଘୋଷଣା ଚାଲିବ ପ୍ରାଇଭେଟ୍ ଟ୍ରେନ
ନୂଆଦିଲ୍ଲୀ : ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିବ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ । ଘରୋଇ କମ୍ପାନିମାନଙ୍କୁ ଟ୍ରେନ ଚଳାଇବାକୁ ଅନୁମତି ମିଳିବ ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ସୀତାରମଣ ଏହି ସୂଚନା ଦେଇଛନ୍ତି
ରେଳବାଇ ଉପରେ ମାଲ ପରିବହନ ଚାପ କମାଇବାକୁ ଜଳମାର୍ଗରେ ପରିବହନକୁ ପ୍ରେତ୍ସାହିତ କରାଯିବ ।
ବଜେଟରେ ୩୦୦ କିଲୋମିଟର ନୂଆ ମେଟ୍ରୋ ରେଳ ପ୍ରକଳ୍ପ ଲାଗି ମଂଜୁରୀ ଦିଆଯାଇଛି ।
ଚଳିତ ବର୍ଷ ସୁଦ୍ଧା ଦେଶରେ ୬୫୭ କିମି ମେଟ୍ରୋ ରେଳ ନେଟଓ୍ଵାର୍କ କାର୍ଯ୍ୟକ୍ଷମ ହୋଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ରେଳଚଳାଚଳ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ସାମିଲ କରାଯିବ । କେତେକ ବଛା ବଛା ରୁଟରେ ଘରୋଇ ଟ୍ରେନ ଚଳାଇବାକୁ ଅନୁମତି ଦିଆଯିବ ।
୨୨ଟି ଷ୍ଟେସନକୁ ଏୟାରପୋର୍ଟ ପରି ବିକାଶ କରାଯିବ ।
ଅନ୍ୟପକ୍ଷରେ ବଜେଟରେ ରେଳବାଇର ଆଧୁନିକୀକରଣ, ନୂଆ ଟେକନଲୋଜୀର ବ୍ୟବହାର, ନିରାପତ୍ତା, ରାଜସ୍ୱ ବୃଦ୍ଧି ଉପରେ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି