ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି । ୧୦୬ଟି ପୌର ପରିଷଦ ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇ ସେମାନଙ୍କର ନାମାଙ୍କନ ପତ୍ର
ଦାଖଲ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଗତ ୨ତାରିଖରୁ ଗତକାଲି ମଧ୍ୟରେ ମେୟର ଏବଂ ପୌରାଧ୍ୟକ୍ଷ ପାଇଁ ମୋଟ
୬୯୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କାଉନସିଲର ଓ କର୍ପୋରେଟର ପଦ ପାଇଁ ୬ହଜାର ୪୫୯ଜଣ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି ।
ଗତକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ପୌର ପରିଷଦ ଓ ଏନଏସିରେ ଅଧ୍ୟକ୍ଷ ଏବଂ ମେୟର ପଦ ପାଇଁ ୫୦୪ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କାଉନସିଲର ଏବଂ କର୍ପୋରେଟର ପାଇଁ ୪ହଜାର ୫୪୧ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆସନ୍ତା ୯ତାରିଖରୁ ପ୍ରାର୍ଥିପତ୍ର
ଯାଞ୍ଚ ହେବ । ୧୪ତାରିଖ ଅପରାହ୍ନ ୩ଟା ମଧ୍ୟରେ ପ୍ରାଥିପତ୍ର ପ୍ରତ୍ୟାହାର କରାଯିବାକୁ ଥିବାବେଳେ ସେହିଦିନ ଅପରାହ୍ନ ୫ଟାରେ ଚୂଡାନ୍ତ ପ୍ରାର୍ôଥତାଲିକା
ପ୍ରକାଶ ପାଇବ ।
ସୂଚନାଯୋଗ୍ୟ ରାଜ୍ୟରେ ମୋଟ ୧୦୬ଟି ପୌର ପରିଷଦରେ ୨୭ଲକ୍ଷରୁ ଅଧିକ ମତଦାତା ଥିବାବେଳେ ୧ହଜାର ୭୩୧ଟି ୱାର୍ଡ ପାଇଁ ୩ହଜାର
୩୦ଟି ବୁଥ କରାଯାଇଛି । ସେହିପରି ତିନୋଟି ମହାନଗର ନିଗମେରେ ୧୬୮ଟି ୱାର୍ଡ ପାଇଁ ୧୪୦୭ଟି ବୁଥ କରାଯାଇଛି ।
ବିଜେଡିର କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ସୁବାସ ସିଂହ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିର ମେୟର ପ୍ରାର୍ଥୀ ଶ୍ରୀତମ ଦାସ
ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥିସହିତ ଅନ୍ୟ ଦୁଇ ଜଣ ମେୟର ସ୍ୱାଧୀନ ପ୍ରାର୍ଥୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଆମ ସମ୍ବାଦଦାତା
ଜଣାଇଛନ୍ତି ।
ସେହିଭଳି ଭୁବନେଶ୍ୱରରୁ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଏବଂ ବିଜେପିର ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ୍ ପ୍ରାର୍ଥୀପତ୍ର ଦାଖଲ
କରିଛନ୍ତି । କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଚଳିତ ପୌର ନିର୍ବାଚନ ପ୍ରଚାରରେ କୌଣସି କୋଭିଡ କଟକଣା ରହିବ ନାହିଁ । ପ୍ରାର୍ଥିମାନେ ପୂର୍ବରୁ ଯେପରି ପ୍ରକାଶ କରୁଥିଲେ ସେଭଳି ପ୍ରଚାର
କରିପାରିବେ । ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ଆଗକୁ ସଂକ୍ରମଣ ବଢେ
ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନାଦେଇଛନ୍ତି ।