ଗୃହରେ ମନ୍ତ୍ରୀ ଉପସ୍ଥିତ ରହୁ ନଥିବା ନେଇ ବିରୋଧୀ ଦଳ ନେତାଙ୍କ ଉଦ୍‌ବେଗ

0 1,352

ଭୁବନେଶ୍ୱର . – ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଶୁକ୍ରବାର ନିର୍ବାଚନ ପ୍ରଚାରର ଶେଷ ଦିନ । ବୁଧବାରରେ ବିଧାନସଭାର ପ୍ରଶ୍ନକାଳରେ ମନ୍ତ୍ରୀ ଓ ଶାସକ ବିଧାୟକଙ୍କ ଅନୁପସ୍ଥିତିକୁନେଇ ବିରୋଧୀଦଳଙ୍କ ପକ୍ଷରୁ ଉଦ୍‍ବେଗ ପ୍ରକାଶ ପାଇଛି । ପ୍ରଶ୍ନୋତ୍ତର ସମୟରେ ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଭାରପ୍ରାପ୍ତ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ଉତ୍ତରକୁ ନେଇ ପ୍ରଶ୍ନକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଗୃହରେ ମନ୍ତ୍ରୀ ଓ ଶାସକ ବିଧାୟକଙ୍କ ମରୁଡ଼ିକୁ ନେଇ ପ୍ରଶ୍ନକାଳରୁ ଜଣକପରେ ଜଣେ ବିଧାୟକ ଆପତ୍ତି ଉଠାଇଥିଲେ । ସେହିଭଳି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ଶାଣିତ ଢ଼ଙ୍ଗରେ ପ୍ରଶ୍ନ କରି ବାଚସ୍ପତିଙ୍କ ସୁରକ୍ଷା ଲୋଡିଥିଲେ ।
ପାଟକୁରା ବିଧାନସଭା କ୍ଷେତ୍ରରେ ଚାଲିଥିବା ସାଧାରଣ ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ଦଳୀୟ ବିଧାୟକମାନେ ଗୃହକୁ ଉପେକ୍ଷା କରୁଥିବାରୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଅଧିବେଶନ ମୁଲତବୀ ରଖିବାକୁ ଦାବି କରିଥିଲେ । ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ତାଙ୍କଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରକୁ ଭାରପ୍ରାପ୍ତ ମନ୍ତ୍ରୀ ଉତ୍ତର ରଖିବାରୁ ସେ ଏହାକୁ କଡ଼ା ସମାଲୋଚନା କରିଥିଲେ ।

Leave A Reply