ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ାରେ ଉପନିର୍ବାଚନ ଅନୁଷ୍ଠିତ
ହେବ । ଭାରତୀୟ ନିର୍ବାଚନ ଆୟୋଗ ଆଜି ଏ ନେଇ ତାରିଖ ଘୋଷଣା
କରିଛନ୍ତି । ମେ’ ୧୦ ତାରିଖରେ ଭୋଟ୍ଗ୍ରହଣ କରାଯାଇ ୧୩ ତାରିଖରେ
ଫଳାଫଳ ପ୍ରକାଶ ପାଇବ । ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା
ଅନୁସାରେ ଏପ୍ରିଲ ୧୩ ତାରିଖରେ ଏ ନେଇ ବିଧିବିଦ୍ଧ ବିଜ୍ଞପ୍ତି ପ୍ରକାଶ
ପାଇବ ଓ ସେହି ଦିନଠାରୁ ହିଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।
ଏପ୍ରିଲ ୨୦ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ରହିଛି । ତେବେ
ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର
କରିପାରିବେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା
ବିଧାନସଭା ଆସନଟି ଖାଲି ପଡ଼ିଛି । ଭୋଟ୍ ଗ୍ରହଣ ତାରିଖ ଘୋଷଣା ହେବା
ସହ ଆଦଶଁ ଆଚରଣ ବିଧବ ଲାଗୁ ହେଲଶ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ
ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.