ଓଡ଼ିଶା ସମେତ ଦେଶର ଲକ୍ଷ ଲକ୍ଷ ଗରିବ ପରିବାର ଉପକୃତ -ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଆଉ ୪ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି

0 305

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଆଉ ୪ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜି ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଏହି ଯୋଜନାର ପଞ୍ଚମ ପର୍ଯ୍ୟାୟ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।


ଏହାଦ୍ୱାରା ଓଡ଼ିଶା ସମେତ ଦେଶର ଲକ୍ଷ ଲକ୍ଷ ଗରିବ ପରିବାର ଉପକୃତ ହୋଇପାରିବେ । କରୋନା ମହାମାରୀ ସମୟରେ ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ରାସନ ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଶୁଭାରମ୍ଭ କରିଥିଲେ ।


ଚଳିତ ବର୍ଷ ନଭେମ୍ବର ମାସରେ ଏହାର ଅବଧି ଶେଷ ହେବାର ଥିଲା । ସୂଚନାଯୋଗ୍ୟ, ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୮ ମାସ ପାଇଁ ରାସନ ଯୋଗାଇଦେବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।

Leave A Reply