ଗ୍ରାମାଞ୍ଚଳରେ ଏଣିକି ଓ୍ୱାଇଫାଇ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ । ଏଥିପାଇଁ କେନ୍ଦ୍ରସରକାର ପିଏମ୍ ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ବୈଠକରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପିଏମ୍ ବାଣୀ ଯୋଜନା ଲାଗୁ ସମ୍ପର୍କରେ ସୂଚନା ଦେଇଥିଲେ । ଗ୍ରାମାଞ୍ଚଳରେ ଯେପରି ଇଣ୍ଟରନେଟ୍ ସୁବିଧାରେ ଉପଲବ୍ଧ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି । ଏହି ଯୋଜନା ଅଧିନରେ ଦେଶର ଗ୍ରାମାଞ୍ଚଳଗୁଡ଼ିକରେ ଡାଟାସେଣ୍ଟର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ମାଧ୍ୟମରେ ପବ୍ଲିକ ଡାଟା ଅଫିସ୍
ପି.ଡିଓ. ଖୋଲିବ । ଏଥିପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ପଡିବ ନାହିଁ ।