ଅନେକ ମୋବାଇଲ୍‌ରେ କରିପାରିବେ ଗୋଟିଏ ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ଲଗଇନ୍‌- ଖୁବଶୀଘ୍ର ଆସୁଛି ଏହି ଅପ୍‌ଡେଟ୍‌ ଫିଚର

0 4,558

ଏବେ କେବଳ ଗୋଟିଏ ଫୋନ୍‌ ନମ୍ବର ଆକାଉଣ୍ଟକୁ ଗୋଟିଏ ଫୋନ୍‌ରେ ଲୋଡ୍ ବା ବ୍ୟବହାର କରିହେଉଛି । ମାତ୍ରା ସ୍ମାର୍ଟଫୋନ୍‌ରେ ଆପଣ ବିଭିନ୍ନ ଆପ୍‌ ଲୋଡ କରି ଦୁଇଟି ଆକାଉଣ୍ଟ ବ୍ୟବହାର କରିପାରିବେ । ମାତ୍ର ଗୋଟିଏ ଆକାଉଣ୍ଟକୁ କେବଳ ଗୋଟିଏ ଫୋନ୍‌ରେ ବ୍ୟବାହାର କରିହେବ । ହ୍ୱାଟସ୍‌ଆପ୍‌ ଖୁବ ଶୀଘ୍ର ଏହି ଅପ୍‌ଡେଟ୍‌ ଫିଚର ଲଞ୍ଚ କରିବା ପାଇଁ ଯାଉଛି । ଏଥିରେ ଆପଣ ଗୋଟିଏ ଆକାଉଣ୍ଟରୁ ଅନେକ ଫୋନ୍‌ରେ ବ୍ୟବହା କରିପାରିବେ ।

ଡବ୍ଲୁଏ ବିଟା ଇନଫୋ ଅନୁସାରେ ଫେସବୁକ ଅଧିକୃତ ହ୍ୱାଟସ୍ଆପ୍‌ ଖୁବଶୀଘ୍ର ଏହି ନୂଆ ଫିଚର ଲଞ୍ଚ କରିବା ପାଇଁ ଯାଉଛି । ଏହାର ବିଟା ଭର୍ସନ ଏହାକୁ ଲଞ୍ଚ କରାଯାଇଛି । ହ୍ୱାଟସ୍‌ଆପ୍‌ର ୨.୨୦.୧୫୨ରେ ଏହାକୁ ଲଞ୍ଚ କରାଯାଇଛି । ଏବେ ଅନେକ ଲିଙ୍କଡ ଡିଭାଇସ୍‌ରେ ଗୋଟିଏ ହ୍ୱାଟସ୍‌ଆପ୍ ଆକାଉଣ୍ଟକୁ ବ୍ୟବହାର କରିହେବ ।

ଏହିବ୍ଲଗରେ ଏହାକ ସ୍କ୍ରିନ୍‌ ସଟ୍‌କୁ ସେୟାର କରାଯାଇଛି ।

କମ୍ପ୍ୟୁଟର ଓ ଫେସ୍‌ବୁକ୍‌ ପୋର୍ଟାଲରେ ଏହାକୁ ବ୍ୟବହାର କରିବା ସହ ମେସେଜ୍ ସେଣ୍ଟ ଓ ରିସିଭ୍‌ କରିହେବ । ଏଥିରେ ଲିଙ୍କ୍ ଏ ନିଉ ଡିଭାଇସ୍‌ ଅପସନ୍‌କୁ ବ୍ୟବହାର କରିବା ପାଇଁ ପଡିବ । ଏବେ ବିଟା ଭର୍ସନରେ ଏହ ଉପଲବ୍ଧ ଥିବା ବେଳେ ଖୁବ ଶୀଘ୍ର ଏହି ଅପ୍‌ଡେଟ୍‌କୁ ସମସ୍ତଙ୍କ ପାଇଁ ରିଲିଜ୍‌ କରାଯିବ ।

ମାତ୍ର ଏହି ଫିଚରରେ ଡାଟା ଅଧିକ ବ୍ୟବହାର କରିବାପାଇଁ ପଡିବ । ଏଥିପାଇଁ ଓ୍ୱାଇଫାଇ ବ୍ୟବହାର କରିବାପାଇଁ ପରାମର୍ଶ ଦିଆଯାଇଛି ।
ସାଧାରଣ କନେକସନ୍‌ରେ ଏହା ଚାଲିପାରିବ । ମାତ୍ର ହାଇସ୍ପିଡ୍‌ ଇଣ୍ଟରନେଟ୍‌ ହେଲେ ଏହା ଭଲ କାମ କରିବ ।

Leave A Reply