ଭାରତରେ ଇଭି ଷ୍ଟାର୍ଟଅପ୍‌କୁ ସୁଦୃଢ଼ କରିବା ଲାଗି ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ଆଇ-କ୍ରିଏଟ୍ ସହିତ ସହଯୋଗିତା

104

ଭୁବନେଶ୍ୱର: ଭାରତର ଅଗ୍ରଣୀ ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଭାରତର ଅଗ୍ରଣୀ ନବସୃଜନ ଭିତିକ ଷ୍ଟାର୍ଟଅପ୍ ଇନ୍‌କୁବେଟର ଆଇକ୍ରିଏଟ୍ ସହିତ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି । ଆଇକ୍ରିଏଟ୍ ସହଯୋଗିତାରେ ୱାର୍ଡୱିଜାର୍ଡ ପକ୍ଷରୁ ଭାରତରେ ଇଭି ଷ୍ଟାର୍ଟଅପ୍‌ଗୁଡ଼ିକୁ ମେଟରିଂ ଓ ଫଣ୍ଡିଂ ସହାୟତା ପ୍ରଦାନ କରାଯିବ । ଅହମ୍ମଦାବାଦରେ ଥିବା ଆଇକ୍ରିଏଟ୍ କ୍ୟାମ୍ପସ୍‌ରେ ଉଦ୍ୟୋଗୀମାନଙ୍କୁ ୱାର୍ଡୱିଜାର୍ଡ ପକ୍ଷରୁ ପ୍ରତ୍ୟକ୍ଷ ମେଟରିଂ ପ୍ରଦାନ କରାଯିବ ।
ଦେଶର ଷ୍ଟାର୍ଟଅପ୍ ପରିବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଭାରତକୁ ଏକ ନିଯୁକ୍ତି ସୃଷ୍ଟିକାରୀ ଦେଶରେ ପରିଣତ କରିବା ଲାଗି ଭାରତ ସରକାରଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ରହିଥିବା ଲକ୍ଷ୍ୟ ଅନୁସାରେ ୱାର୍ଡୱିଜାର୍ଡ ଏବଂ ଆଇକ୍ରିଏଟ୍ ମଧ୍ୟରେ ସହଯୋଗିତା ସ୍ଥାପନ ହୋଇଛି ।
ଏହି ସହଯୋଗିତା ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ୟତିନ୍ ଗୁପ୍ତେ କହିଛନ୍ତି ଯେ “ଆଇକ୍ରିଏଟ୍ ସହିତ ସହଯୋଗିତା ଜରିଆରେ ଆମେ ପ୍ରତିଶ୍ରୁତିଭରା ଷ୍ଟାର୍ଟଅପ୍‌ଗୁଡ଼ିକ ସହ ଚିନ୍ତାଧାରାର ଆଦାନପ୍ରଦାନକୁ ସୁଦୃଢ଼ କରିବା ଏବଂ ଶିଳ୍ପକୁ ଭଲ ଭାବେ ବୁଝିବା ଲାଗି ସେମାନଙ୍କୁ ଆମର ବଜାର ଜ୍ଞାନ ଏବଂ ଅନୁଭବ ପ୍ରଦାନ କରିବାରେ ସହାୟକ ହେବାକୁ ଚାହୁଛୁ । ସେମାନଙ୍କ ପାଇଁ ଏକ ଦୃଢ଼ ପରିବ୍ୟବସ୍ଥା ସୃଷ୍ଟି କରିବା ଲାଗି ଶ୍ରେଷ୍ଠ ସମାଧାନ ଓ ମାର୍ଗଦର୍ଶକ ପ୍ରଦାନ କରିବା ପାଇଁ ଆମେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବୁ । ଭାରତର ଇଭି ଶିଳ୍ପ ଦ୍ରୁତ ଗତିରେ ଆଗକୁ ବୃଦ୍ଧି ପାଉଥିବା ବେଳେ ଆମେ ଉଜ୍ଜ୍ୱଳ ପ୍ରତିଭାମାନଙ୍କ ସହ ମିଶି କାମ କରିବା ଏବଂ ଦେଶରେ ନୂଆ ପ୍ରଯୁକ୍ତି, ଉତ୍ପାଦ ଏବଂ ସେବାର ଏକ ଯୁଗ ଆରମ୍ଭ କରିବାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଛୁ ।’’
ବୁଟ୍ କ୍ୟାମ୍ପ୍ ଏବଂ ଜୁରି ରାଉଣ୍ଡ୍ ଜରିଆରେ ଉଲ୍ଲେଖନୀୟ ନବସୃଜନକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ଅନୁଶୀଳନ କରିବା ଲାଗି ୱାର୍ଡୱିଜାର୍ଡ ପକ୍ଷରୁ ବିଷଞ ଉପରେ ଅଭିଜ୍ଞତା ଥିବା ବିଶେଷଜ୍ଞ ଓ ବରିଷ୍ଠ ନେତୃତ୍ୱକୁ ମନୋନୀତ କରାଯିବ । ଚୟନ ହେବାକୁ ଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ଆଇକ୍ରିଏଟ୍ ସହ ଯୁଗ୍ମ ଭାବେ ପାଣ୍ଠି, ପ୍ରଯୁକ୍ତି ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
ଆଇକ୍ରିଏଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ପୁନେକର କହିଛନ୍ତି ଯେ,”ଭାରତର ଇଭି କ୍ଷେତଅରେ ଉଲ୍ଲେଖନୀୟ ନବସୃଜନକାରୀଙ୍କୁ ଚିହ୍ନଟ କରିବା ଏବଂ ବାସ୍ତବ ଦୁନିଆର ଶିଳ୍ପ ସମସ୍ୟାର ସମାଧାନ ଲାଗି ସେମାନଙ୍କୁ ବ୍ୟାପକ କରିବାକୁ ୱାର୍ଡୱିଜାର୍ଡରେ ଆମେ ଲକ୍ଷ୍ୟ ରଖିଛୁ । ଆମର ବିଶେଷତା ଏବଂ ସ୍ଥାନୀୟ ନବସୃଜନରେ ଥିବା ବ୍ୟାପକ ସମ୍ଭାବନାର ମିଶ୍ରଣରେ ଆମେ ଭାରତର ଗମନାଗମନରେ ବୈପ୍ଳବିକ ପରିବର୍ତନ ଆଣିବାକୁ ପ୍ରତିବଦ୍ଧ ରହିଛୁ । ରୂପାନ୍ତରିତ ଚିନ୍ତାଧାରା ସହିତ ଉଦୀୟମାନ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲାଗି ୱାର୍ଡୱିଜାର୍ଡ ସହ ସହଯୋଗିତା ସ୍ଥାପନ କରି ଆଇକ୍ରିଏଟ୍ ଗର୍ବିତ ମନେ କରୁଛି ।’’

Comments are closed, but trackbacks and pingbacks are open.