କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍ ଅଫ୍ ଇଣ୍ଡିଆ ୨୦୪୭ ପରିପ୍ରେକ୍ଷୀରେ ସର୍ବସାଧାରଣ ପ୍ରଶାସନ କ୍ଷେତ୍ରରେ ପେଶାଗତ ତାଲିମ୍ ପଦ୍ଧତିର ସମୀକ୍ଷା କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତୀୟ ସର୍ବସାଧାରଣ ପ୍ରଶାସନ ପ୍ରତିଷ୍ଠାନ ଆଇ.ଆଇ.ପି.ଏ.ରେ ଉଦ୍ବୋଧନ ଦେଇ ସେ ସମନ୍ୱିତ ପାଠ୍ୟକ୍ରମ ପାଇଁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ସାମ୍ପ୍ରତିକ ଚ୍ୟାଲେଞ୍ଜ ଗୁଡ଼ିକ ଦୃଷ୍ଟିରୁ ବେସାମରିକ ଓ ସାମରିକ ଶୃଙ୍ଖଳା ଗୁଡ଼ିକର ମିଶ୍ରଣରେ ଏକ ବ୍ୟବସ୍ଥାର ଆବଶ୍ୟକତା ରହିଛି ଓ ପାଠ୍ୟକ୍ରମ ଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଜରୁରି ହୋଇପଡ଼ିଛି । ସେ କହିଛନ୍ତି, ଆଡ୍ଭାନ୍ସଡ୍ ପ୍ରଫେସନାଲ୍ ପ୍ରୋଗ୍ରାମ୍ ଇନ୍ ପବ୍ଲିକ୍ ଆଡ୍ମିନ୍ଷ୍ଟ୍ରେସନ୍ରେ ଅନେକ ପରିବର୍ତ୍ତନ ଆସିଛି ।
ଏଥିରେ ଆତ୍ମନିର୍ଭର ଭାରତ ଓ ମିଶନ୍ କର୍ମଯୋଗୀ ଭଳି ବିଷୟମାନ ସ୍ଥାନ ପାଇଛି । ସେ କହିଛନ୍ତି, ଏହା ପାଠ୍ୟକ୍ରମକୁ ଅଧିକ ଯୁଗପୋଯୋଗୀ କରିବା ସହ ଗ୍ରାମୀଣ ଓ ସହରାଞ୍ଚଳ ବିକାଶ ଯୋଜନା ଗୁଡ଼ିକୁ ସୁଦୂର ପ୍ରସାରୀ କରାଇପାରିଛି । ୧୯୭୫ ମସିହାରେ ଆଡ୍ଭାନ୍ସଡ୍ ପ୍ରଫେସନାଲ୍ ପ୍ରୋଗ୍ରାମ୍ ଇନ୍ ପବ୍ଲିକ୍ ଆଡ୍ମିନ୍ଷ୍ଟ୍ରେସନ୍ରେ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଶାସନିକ ସେବା ଅଫିସର ଓ ପ୍ରତିରକ୍ଷା ବାହିନୀ ଅଫିସରମାନଙ୍କୁ ଚାକିରି ଜୀବନର ମଧ୍ୟଭାଗରେ ଏଥିରେ ତାଲିମ୍ ଦିଆଯାଇଥାଏ ।
Comments are closed, but trackbacks and pingbacks are open.