ଓଡିଶାରେ ସୁଲଭ ବିଦ୍ୟାଳୟକୁ ବାସ୍ତବତାରେ ପରିଣତ କରିଛି ୱର୍ଥାନା
ଭୁବନେଶ୍ୱର: ଭାରତରେ ବହୁ ସଂଖ୍ୟାରେ ଗରିବ ଓ ମଧ୍ୟବିତ ଲୋକ ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସରକାରୀ ବିଦ୍ୟାଳୟ ଏବଂ ସୁଲଭ ଘରୋଇ ବିଦ୍ୟାଳୟ ଉପରେ ନିର୍ଭର କରନ୍ତି । କିନ୍ତୁ ଏହି ବିଦ୍ୟାଳୟଗୁଡ଼ିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍କୁଲମାନଙ୍କୁ ସହାୟତା କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମଧ୍ୟ ଅଧିକାଂଶ ସମୟରେ ଏସବୁ କାର୍ଯ୍ୟକ୍ରମ ମନ୍ଥର ହେଉଥିବା ଯୋଗୁଁ ମାଲିକମାନେ ବୈକଳ୍ପିକ ସମାଧାନ ଖୋଜିବା ପାଇଁ ବାଧ୍ୟ ହୋଇଛନ୍ତି । ଏକ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି) ୱର୍ଥାନା, ଭିତିଭୂମି ଏବଂ ଅନ୍ୟାନ୍ୟ ସୁଖ ସୁବିଧାର ବିକାଶ ପାଇଁ ବେସରକାରୀ ସୁଲଭ ସ୍କୁଲମାନଙ୍କୁ ଋଣ ଯୋଗାଇଦେଉଛି । ଭାରତର ସମସ୍ତ ଅଂଚଳରେ ଏହାର ଗ୍ରାହକ ରହିଛନ୍ତି ।
୧୫ଟି ରାଜ୍ୟରେ ୱର୍ଥାନାର ପ୍ରଭାବ ବିସ୍ତାରିତ ହୋଇଛି, ଯାହା ଦ୍ୱାରା ୯,୦୦୦ରୁ ଅଧିକ ସୁଲଭ ଘରୋଇ ବିଦ୍ୟାଳୟ ଉପକୃତ ହୋଇଛନ୍ତି ଏବଂ ଦେଶବ୍ୟାପୀ ୪ନିୟୁତ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ୱର୍ଥାନା ପକ୍ଷରୁ କେବଳ ଓଡ଼ିଶାରେ ୧୫୧୨ରୁ ଅଧିକ ବିଦ୍ୟାଳୟକୁ ଅନୁଦାନ ଦେଇ ରାଜ୍ୟକୁ ୧୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପ୍ରତି ୱର୍ଥାନାର ପ୍ରତିବଦ୍ଧତା ଏହାକୁ ଅନ୍ୟ ଋଣଦାତାଙ୍କ ଠାରୁ ଅଲଗା କରିଛି । ଏହା ପ୍ରତ୍ୟେକ ମୁହୁର୍ତରେ ବିଦ୍ୟାଳୟଗୁଡିକ ସହିତ ସହଯୋଗ କରିଥାଏ, ଶିକ୍ଷକ ଉନ୍ନତି, ମାଲିକ ପରିଚାଳନା ପ୍ରଶିକ୍ଷଣ, ବୈଷୟିକ ସହାୟତା ଏବଂ ଏପରିକି ବିଭିନ୍ନ କାର୍ଯ୍ୟକାଳ ଏବଂ ଦକ୍ଷତା ବିକାଶ ପାଠ୍ୟକ୍ରମର ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ଋଣ ପ୍ରଦାନ କରିଥାଏ ।
ଓଡିଶାର ଗଞ୍ଜାମ ଜିଲ୍ଲାର ଓମ୍ ଶ୍ରୀ ଇଂଟରନ୍ୟାସନାଲ ସ୍କୁଲ ହିଞ୍ଜିଳିକଟର ଅଧ୍ୟକ୍ଷ ୱର୍ଥାନା’ର ପ୍ରଭାବ ବିଷୟରେ ପ୍ରମାଣିତ କରିଛନ୍ତି ଏବଂ କହିଛନ୍ତି,“ଆମେ ୱର୍ଥାନାକୁ ସେମାନଙ୍କର ଅମୂଲ୍ୟ ଆର୍ଥିକ ସହାୟତା ପାଇଁ ହୃଦୟରୁ କୃତଜ୍ଞତା ଜଣାଉଛୁ, ଯାହା ଆମକୁ ଏକ ନୂତନ କୋଠା ନିର୍ମାଣ କରିବା ଏବଂ ଆମ ବିଦ୍ୟାଳୟର ଭିତିଭୂମିର ସଂପ୍ରସାରଣରେ ସାହାଯ୍ୟ କରିଛି । ଏହି ସହାୟତା କେବଳ ଅଧିକ ଛାତ୍ରଛାତ୍ରୀଙ୍କ ନାମଲେଖାରେ ସହାୟକ ହୋଇନଥିଲା ବରଂ ଆମର ପରିଚାଳନା ଖର୍ଚ୍ଚକୁ ମଧ୍ୟ ହ୍ରାସ କରିଥିଲା ଏବଂ ଶେଷରେ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ବୃଦ୍ଧି କରିଥିଲା । ଆମ ବିଦ୍ୟାଳୟର ବିକାଶ ଏବଂ ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଆମେ ୱର୍ଥାନାକୁ ଆନ୍ତରିକ କୃତଜ୍ଞତା ଜଣାଉଛୁ । ”
ୱିନରବ୍ରାଇଟ ଫ୍ୟୁଚର ପବ୍ଲିକସ୍କୁଲ, ପଦ୍ମପୁର, ବରଗଡ, ଓଡିଶାର ପ୍ରିନ୍ସିପଲ କହିଛନ୍ତି, “ଆମେ ଋଣ ଅନୁମୋଦନ କ୍ଷେତ୍ରରେ ୱର୍ଥାନାର କର୍ମଚାରୀଙ୍କ ଆଭିମୁଖ୍ୟ ଓ ବ୍ୟବସାୟିକତାର ବହୁତ ପ୍ରଶଂସା କରୁଛୁ । ସମୟାନୁବର୍ତିତା ଏବଂ ଦସ୍ତାବିଜିକରଣ ଭଲ ଭାବେ ପରିଚାଳନା କରାଯାଇଥାଏ । ଏକ ଆର୍ଥିକ ସଂସ୍ଥାନ ଭାବେ ଉଭୟ ଘରୋଇ ଓ କର୍ପୋରେଟ ଆର୍ଥିକ ଆବଶ୍ୟକତା ପୁରା କରିବା ପାଇଁ ଏହା ଅତ୍ୟନ୍ତ ଭରସାଯୋଗ୍ୟ ଏବଂ ସୁପାରିଶଯୋଗ୍ୟ । ୱର୍ଥାନା’ର ଋଣ ଯୋଗୁଁ ସମ୍ଭବ ହୋଇପାରିଥିବା ଉନ୍ନତ ସୁବିଧା ପାଇଁ ଆମ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ଯୋଗୁଁ ଆମେ ଧନ୍ୟବାଦ ଜଣାଉଛୁ ।”
Comments are closed, but trackbacks and pingbacks are open.