ୟୁଏସଏଆଇଡି ପକ୍ଷରୁ ୟସ୍ ଉଦ୍ୟୋଗୀ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ବିଜେତାଙ୍କ ନାମ ଘୋଷିତ

93

ଭୁବନେଶ୍ୱର : ୟୁନାଇଟେଡ୍ ଷ୍ଟେଟ୍ସ୍ ଏଜେନ୍ସି ଫର୍ ଇଂଟରନ୍ୟାସନାଲ୍ ଡେଭଲପମେଂଟ୍ (ୟୁଏସ୍‌ଏଆଇଡି), ଜନ ହଫକିନ୍ସଙ୍କ ସ୍ୱୀକୃତ ଜାପାଇଗୋ ନେତୃତ୍ୱାଧୀନ ମୋମେଂଟମ୍ କଂଟ୍ରି ଆଣ୍ଡ ଗ୍ଲୋବାଲ୍ ଲିଡରସିପ୍ ପ୍ରକଳ୍ପ ପକ୍ଷରୁ ଅଗ୍ରଣୀ ସାମାଜିକ ଇନକୁବେଟର ଭିଲିଗ୍ରୋର ମିଳିତ ସହଯୋଗିତାରେ ୟସ୍ ଉଦ୍ୟୋଗୀ କାର୍ଯ୍ୟକ୍ରମ ପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଦ୍ୱିତୀୟ ପର୍ଯ୍ୟାୟ ଗୋଷ୍ଠୀଙ୍କ ଚୟନ ବିଷୟରେ ଘୋଷଣା କରାଯାଇଛି । ଏବେ ଘୋଷଣା କରାଯାଇଥିବା ୧୧ଟି ଉଦ୍ୟୋଗ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଗୋଷ୍ଠୀ ଯେଉଁମାନେ ଭାରତରେ ପରିବାର ନିୟୋଜନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଉଦ୍ୟୋଗୀ ବ୍ୟବସ୍ଥାରେ ଉନ୍ନତି ଆଣିବେ । ଏଗୁଡ଼ିକ ମଧ୍ୟରେ ରହିଛନ୍ତି ଅବନୀ କଞ୍ଜ୍ୟୁମର କେୟାର ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ, ବାଲା ଟ୍ରିପଲ ଇ କେୟାର ଏଲଏଲପି, ଜିଟିଏ ସଲ୍ୟୁସନ୍ପ ପ୍ରାଇଭେଟ୍ ଲିମିଟେଡ୍‌, ଆସ୍କ ଟେକସଫ୍ଟ କେୟାର ପ୍ରାଇଭେଟ୍ ଲିମିଟେଡ୍‌, ଟଚ୍କିନ ଇସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌, ମେନଷ୍ଟ୍ରୁଆଲ ହେଲଥ ପ୍ରାଇଭେଟ୍ ଲିମିଟେଡ୍‌, ଦବା ଦୋସ୍ତ ଫାର୍ମା ପ୍ରାଇଭେଟ୍ ଲିମିଟେଡ୍‌, ପ୍ରିଭ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଏପ୍ସିକ୍ଲିନିକ୍ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍‌, କେଏ ହେଲଥ୍େକୟାର ପ୍ରାଇଭେଟ୍ ଲିମିଟେଡ୍ ଏବଂ ଲାଷ୍ଟ ମାଇଲ୍ କେୟାର ପ୍ରାଇଭେଟ୍ ଲିମିଟେଡ୍ ।
କୋହର୍ଟ-୨ ଅଧୀନରେ, ଏହି ୧୧ଟି ଉଦ୍ୟୋଗ ମଧ୍ୟରୁ ପ୍ରତ୍ୟେକଙ୍କୁ ଏସଆରଏଚ୍ / ପରିବାର ନିୟୋଜନ ବିଷୟରେ ବିଷୟବସ୍ତୁ ବିକଶିତ କରିବା, ପରୀକ୍ଷଣ ପରିଚାଳନା କରିବା ଏବଂ ଗୋଷ୍ଠୀ ପରୀକ୍ଷଣ ମାଧ୍ୟମରେ ଉତ୍ପାଦ / ସେବାଗୁଡିକ ଯାଂଚ କରିବା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ସହାୟତା ଏବଂ ସମର୍ଥନ ମିଳିବ । ଉତ୍ପାଦ ବିକାଶ ଏବଂ ପରୀକ୍ଷଣ, ମାର୍କେଟିଂ, ଗ୍ରାହକ ଅଧିଗ୍ରହଣ, ବୌଦ୍ଧିକ ସମ୍ପତି ଏବଂ ନିୟାମକ ବିଷୟ ସହିତ ପାଣ୍ଠି ସଂଗ୍ରହ ବିଷୟରେ ପରାମର୍ଶ ଏବଂ ପରାମର୍ଶଦାତା ସେବା ମଧ୍ୟ ଏହି ଗୋଷ୍ଠୀକୁ ପ୍ରଦାନ କରାଯିବ ।
ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା (ପିଏସଏ)ଙ୍କ କାର୍ଯ୍ୟାଳୟର ଷ୍ଟ୍ରାଟେଜିକ୍ ଆଲାଏନ୍ସ ଡିଭିଜନର ନିର୍ଦ୍ଦେଶକ ଡକ୍ଟର ସପ୍ନା ପୋଟି କୋହର୍ଟ-୨ ଘୋଷଣା ସମ୍ପର୍କରେ କହିଛନ୍ତି ଯେ, “ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ୟସ୍ ଉଦ୍ୟୋଗୀ କାର୍ଯ୍ୟକ୍ରମ ଏହି କ୍ଷେତ୍ର ପାଇଁ ଏକ ଆଦର୍ଶ ପ୍ଲାଟଫର୍ମରେ ପରିଣତ ହୋଇଛି । ଏହି ଉଦ୍ୟୋଗଗୁଡ଼ିକ ଦେଶର ଉଦ୍ଭାବନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୟୁଏସ୍‌ଏଆଇଡିର ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରତିଫଳିତ କରି ଅଧିକ ସମାନ ପଦକ୍ଷେପ ପାଇଁ ଏକ ମଜଭୁତ ଭିତିଭୂମି ସ୍ଥାପନ କରିବେ ଏବଂ ଆମେ ଏହାକୁ ହାର୍ଦ୍ଦିକ ସମର୍ଥନ କରୁଛୁ ।’’
‘‘ଏହି ଗୋଷ୍ଠୀରେ ସ୍ୱାସ୍ଥ୍ୟ ପଦକ୍ଷେପଗୁଡିକ ଭାରତରେ ଯୁବକ, ଯୁବତୀମାନଙ୍କ ପାଇଁ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ ଆମର ପ୍ରୟାସକୁ ତ୍ୱରାନ୍ୱିତ ଓ ଫଳପ୍ରଦ କରିବ ବୋଲି ୟୁଏସଏଆଇଡି / ଭାରତ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ନିର୍ଦ୍ଦେଶକ ମିସେଲ ଲାଙ୍ଗ-ଆଲି କହିଛନ୍ତି ।” ଦ ୟସ ଉଦ୍ୟୋଗୀ କାର୍ଯ୍ୟକ୍ରମ ପାଇଁ କୋହର୍ଟ-୨ ଆରମ୍ଭ କରିବା ମହିଳା ଏବଂ ଯୁବକମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରି ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମାଧାନରେ ପରିବର୍ତନ କରିବାରେ ଆମର ଯାତ୍ରାର ଆଉ ଏକ ରୋମାଂଚକର ଅଧ୍ୟାୟ ।”, ବୋଲି ଜାପାଇଗୋ ଇଣ୍ଡିଆର କଂଟ୍ରି ଡାଇରେକ୍ଟର ଡ. ସୋମେଶ କୁମାର କହିଛନ୍ତି । ଏହା ବ୍ୟତୀତ ଜାପାଇଗୋ କଂଟ୍ରି ଲିଡ୍‌-ଫ୍ୟାମିଲି ପ୍ଲାନିଂ, ୟୁଥ୍ ଆଣ୍ଡ ଜେଣ୍ଡର, ଓ ଇଣ୍ଡିଆ ୟସର ମୋମେଂଟମ୍ କଂଟ୍ରି ଆଣ୍ଡ୍ ଗ୍ଲୋବାଲ୍ ଲିଡରସିପର ଚିଫ ଅଫ୍ ପାର୍ଟି ଡା. ଅଭିଜିତ୍ ପାଠକ ଏବଂ ଭିଲଗ୍ରୋ ଇନୋଭେସନ୍ ଫାଉଣ୍ଡେସନର ସିଇଓ ଶ୍ରୀନିବାସ ରାମାନୁଜାମ୍ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ନିଜର ମତାମତ ପ୍ରଦାନ କରିଛନ୍ତି ।
ଏପ୍ରିଲ ୨୦୨୨ ରେ ଆରମ୍ଭ ହୋଇଥିବା ୟଶ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ଯୁବ ଏବଂ କିଶୋର, କିଶୋରୀ ମାନେ କିପରି ଗୁଣାତ୍ମକ ପରିବାର ନିୟୋଜନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ (ଏଫପି / ଆରଏଚ୍‌) ସେବା ଗୁଡିକ ପାଇପାରିବେ ସେଥିରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ସମାଧାନରେ ନିବେଶ କରିବାକୁ ସହାୟତା ପ୍ରଦାନ କରୁଛି । ଅଗଷ୍ଟ ୨୦୨୨ରେ ସାତ ଜଣ ଉଦ୍ୟୋଗୀମାନଙ୍କର ପ୍ରାରମ୍ଭିକ ଗୋଷ୍ଠୀ ବିଷୟରେ ଘୋଷଣା କରାଯାଇଥିଲା, ଯେଉଁମାନେ ଋତୁସ୍ରାବ ସ୍ୱଚ୍ଛତା (ପ୍ୟାଡ ପ୍ଲେୟାରଲ୍ୟାବସ, ଗ୍ରୀନ୍ ଡିଲାଇଟ୍ ଇନୋଭେସନ୍ସ), ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ (ୟୁଭି ସ୍ୱାସ୍ଥ୍ୟ, ପିଙ୍କି ପ୍ରମିସ୍‌, ଗେଟ୍ ଇଂଟିମେସି ଏବଂ ଷ୍ଟାଣ୍ଡ ୱି ସ୍ପିକ୍‌) ଏବଂ ମାନସିକ ସୁସ୍ଥତା (ଦାଟ୍ ମେଟ୍‌) ଭଳି ଅଭିନବ ଉତ୍ପାଦ ଓ ସେବା ବିକାଶ କରିଥିଲେ ।

Comments are closed, but trackbacks and pingbacks are open.