ସାତ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ସମ୍ଭାବନା , ତା ପରଠାରୁ ବଢିବା ତାପମାତ୍ରା

0 628

ଭୁବନେଶ୍ୱର … –ରାଜ୍ୟର ଅନେକ ସ୍ଥାନରେ ଏବେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ରହୁଛି । ସାରା ରାଜ୍ୟରେ କୋହଲା  ପବନ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଫୁଲବାଣୀରେ ଗତ କିଛି ଦିନ ହେବ ତାପମାତ୍ରା ୪.୫ ଡିଗ୍ରୀରୁ ୫ ଡିଗ୍ରୀ ମଧ୍ୟରେ ରହୁଛି । ସେହିପରି ମୟୁରଭଞ୍ଜର ଶିମିଳିପାଳର କେତକାଂଶରେ  ବରଫ ପଡିଥିବା ସୂଚନା ମିଳିଛି ।

ଉତ୍ତର ଓ ଉପକୂଳ ଓଡ଼ିଶାରେ କେତକ ସ୍ଥାନରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି  । ମାତ୍ର ସୋନପୁର ତାପମାତ୍ରା ୬.୬ ଡିଗ୍ରୀ ରହିଥିଲା ।  ସାତ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave A Reply