ଶିକ୍ଷକ ନିଯୁକ୍ତିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା

0 92

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଶିକ୍ଷକ ନିଯୁକ୍ତିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ରାଜ୍ୟରେ ଦୀର୍ଘଦିନ ଧରି ବିଦ୍ୟାଳୟମାନଙ୍କରେ ଖାଲି ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୂରଣ ହେବ । ଏଥିପାଇଁ ଦୁଇ ଦିନ ଧରି ଚାଲିଥିବା ନିଯୁକ୍ତି ପରୀକ୍ଷା ଶେଷ ହୋଇଛି । ରାଜ୍ୟର ୨୪ଟି ଜିଲ୍ଲାରେ କମ୍ପ୍ୟୁଟରଭିତ୍ତିକ ପରୀକ୍ଷା କରାଯାଇଥିଲା ।

ସଂସ୍କୃତ, ହିନ୍ଦୀ, ଟି.ଜି.ଟି. ବର୍ଗରେ ୪ ହଜାର ୪୪୫ ଶିକ୍ଷକ ପଦ ପାଇଁ ମୋଟ୍‍ ୧୦ ହଜାର ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି । ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରାଥମିକତା ଭିତ୍ତିରେ ନିଯୁକ୍ତ ଦିଆଯିବା ନେଇ ସୂଚନା ମିଳିଛି । ଚଳିତ ମାସ ଶେଷ ସୁଦ୍ଧା ୪ ହଜାର ୪୪୫, ନଭେମ୍ବର ମାସ ଶେଷ ସୁଦ୍ଧା ୧୧ ହଜାର ୫୦୦ ଶିକ୍ଷକ ନିଯୁକ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave A Reply