ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଗତକାଲି ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶ୍ରୀଲଙ୍କା ବାଚସ୍ପତି ଏ ବିଷୟ ଜଣାଇଛନ୍ତି । ରାନୀଲ ବିକ୍ରମା ସିଂଘେ ୧୩୪ଟି ଭୋଟ୍ ପାଇଥିବା ବେଳେ ଡୁଲାସ୍ ଆଲାହା ପେରୁମେ ୮୨ଟି ଭୋଟ୍ ଓ ଅନୁରା କୁମାରା ଦିଶା ନାଏକେ ୩ଟି ଭୋଟ୍ ପାଇଛନ୍ତି ।
ସେ ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସେ ଗୋତାବୟ ରାଜପକ୍ଷେଙ୍କ ଅବଶିଷ୍ଟ କାର୍ଯ୍ୟକାଳ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ତେବେ ବିକ୍ରମାସିଂଘେଙ୍କ ବିରୋଧରେ ରାଷ୍ଟ୍ରପତି ସଚିବାଳୟ ବାହାରେ ଲୋକମାନେ ପୁଣି ବିକ୍ଷୋଭ ଆରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.