ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଓଡିଶାର ପ୍ରଥମ ଟେଲିସର୍ଜରୀ ସହ ୧୦୦ତମ ରୋବୋଟିକ ସର୍ଜରୀ ପରିଚାଳନା
କଟକ: ଭାରତର ମେଡିକାଲ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତରେ ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା କେନ୍ଦ୍ର, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ଏହାର ଅଧ୍ୟକ୍ଷ ତଥା ବିଖ୍ୟାତ ସର୍ଜିକାଲ ଗ୍ୟାଷ୍ଟ୍ରୋଏଂଟେରୋଲୋଜିଷ୍ଟ୍, ମେଟାବୋଲିକ୍ ଏବଂ ବାରିଆଟ୍ରିକ୍ ସର୍ଜନ୍ ପ୍ରଫେସର ଡା. ଶ୍ରୀଜୟ ପଟ୍ଟନାୟକଙ୍କ ନେତୃତ୍ୱ ଅଧୀନରେ ଦୁଇଟି ଐତିହାସିକ ସଫଳତା ହାସଲ କରିଛି । ହସ୍ପିଟାଲ୍ ଏସଏସଆଇ ମନ୍ତ୍ର ସର୍ଜିକାଲ୍ ରୋବୋଟିକ୍ ସିଷ୍ଟମର ବ୍ୟବହାର କରି ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ଦ୍ୱିତୀୟ ଟେଲିସର୍ଜରୀକୁ ସଫଳତାର ସହିତ ସମ୍ପାଦନ କରିଛି, ଯାହା ରୋବୋଟିକ ଓ ଟେଲି-ସର୍ଜିକାଲ ଉଦ୍ଭାବନ କ୍ଷେତ୍ରରେ ଭାରତର ପ୍ରଗତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚାଉଛି ।
ଏକ ଅବ୍ଷ୍ଟ୍ରକ୍ଟେଡ ଗ୍ରୋଇନ ହର୍ନିଆ ପାଇଁ ଜରୁରୀକାଳିନ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ଜଣେ ରୋଗୀଙ୍କଠାରେ ଏହି ପ୍ରଥମ ଟେଲିସର୍ଜରୀ କରାଯାଇଥିଲା, ଯାହା ସମ୍ଭବତଃ ଏକ ଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଏକ ଗମ୍ଭୀର ସ୍ଥିତି ଅଟେ । ୧୭୬୦ କିଲୋମିଟରରେ ପରିବ୍ୟାପ୍ତ ଗୁରୁଗ୍ରାମ, ହରିଆନା ଓ ଶାନ୍ତି ମେମୋରିଆଲ ହସ୍ପିଟାଲ, କଟକରେ ଏସଏସ ଇନୋଭେଶନ୍ସ ହେଡ୍କ୍ୱାଟର ଗୁଡ଼ିକ ମଧ୍ୟରେ ଏକ ରୋବୋଟିକ କ୍ଲୋଇସିଷ୍ଟେକ୍ଟୋମି ସହ ଏକ ରୋବୋଟିକ ଟ୍ରାନ୍ସଆବ୍ଡୋମିନାଲ ପ୍ରିପେରିଟୋନିଆଲ (ଟିଏପିପି) ରିପେୟାର ପଦ୍ଧତିର ପରିଚାଳନା କରାଯାଇଥିଲା ।
ଏହି ସଫଳତା ସମ୍ପର୍କରେ ପ୍ରଫେସର ଡଃ ଶ୍ରୀଜୟ ପଟ୍ଟନାୟକ କହିଛନ୍ତି, “ଏହା କେବଳ ଏକ ବୈଷୟିକ ସଫଳତା ନୁହେଁ ବରଂ ଏକ ମାନବିକ ସଫଳତା ଅଟେ । ରୋଗୀ ଜଣଙ୍କ ଜରୁରୀକାଳିନ ଅସ୍ତ୍ରୋପଚାର ଆବଶ୍ୟକ କରୁଥିଲେ ଏବଂ ଟେଲିସର୍ଜିକାଲ ପଦ୍ଧତି ଆମକୁ ତତ୍କାଳ ଦକ୍ଷ ଚିକିତ୍ସା ପ୍ରଦାନ କରିବା ପାଇଁ ଅନୁମତି ଦେଇଥିଲା । ଏହି ସଫଳତା ପ୍ରମାଣ କରୁଛି ଯେ, ଅତ୍ୟାଧୁନିକ ସର୍ଜିକାଲ ଟେକ୍ନୋଲୋଜି ଭାରତର ସମସ୍ତ ଅଂଶରେ ରୋଗୀଙ୍କୁ ଉନ୍ନତ ସେବା ପ୍ରଦାନ କରିପାରିବ ଏବଂ କରିବା ଉଚିତ ।”
ସେହିପରି ଏସଏସ ଇନୋଭେଶନ୍ସର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ସିଇଓ ଡକ୍ଟର ସୁଧୀର ଶ୍ରୀବାସ୍ତବ କହିଛନ୍ତି, “ଏହି ଟେଲିସର୍ଜରୀର ସଫଳତା ଦର୍ଶାଉଛି ଯେ, ଭାରତ ପହଂଚଯୋଗ୍ୟ, ସ୍ୱଦେଶୀ ରୋବୋଟିକ ସର୍ଜିକାଲ ଟେକ୍ନୋଲୋଜି ବିକଶିତ କରିବା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେଉଛି । ମନ୍ତ୍ରା ସିଷ୍ଟମ ଆଧୁନିକ ଅସ୍ତ୍ରୋପଚାର କ୍ଷେତ୍ରରେ ଯାହା ସମ୍ଭବ ତାହାକୁ ପୁନଃବ୍ୟାଖ୍ୟା କରିବା ଜାରି ରଖିଛି ।”
ଏହି ସଫଳତା ଟେଲିସର୍ଜରୀର ଜୀବନ ରକ୍ଷାକାରୀ କ୍ଷମତାକୁ ସୂଚିତ କରୁଛି, ଯାହା ଅତ୍ୟାଧୁନିକ ରୋବୋଟିକ ଟେକ୍ନୋଲୋଜି କିଭଳି ଜରୁରୀକାଳିନ ସ୍ଥିତିରେ ଦକ୍ଷ ଶଲ୍ୟ ଚିକିତ୍ସା ପ୍ରଦାନ କରିବା ପାଇଁ ବିସ୍ତୃତ ଭୌଗୋଳିକ ବ୍ୟବଧାନକୁ ଦୂର କରିପାରୁଛି ତାହାକୁ ପ୍ରଦର୍ଶିତ କରିଛି । ସମାନ ରୂପେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏସଏସଆଇ ମନ୍ତ୍ରା ପ୍ଲାଟଫର୍ମର ବ୍ୟବହାର କରି ଏହାର ୧୦୦ତମ ରୋବୋଟିକ ସର୍ଜରୀର ସଫଳ ସମ୍ପାଦନକୁ ପାଳନ କରିଛି, ଯାହା ଉଦ୍ଭାବନ, ସଠିକତା ଓ ଉତ୍କୃଷ୍ଟ ରୋଗୀ ଚିକିତ୍ସା ପ୍ରତି ଏହାର ବିଦ୍ୟମାନ ପ୍ରତିବଦ୍ଧତାକୁ ସୁଦୃଢ କରିଛି ।
ଏହି ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଥିବା ରୋଗୀ ଜଣଙ୍କ ହସ୍ପିଟାଲ ଓ ଏହାର ସର୍ଜିକାଲ ଟିମ୍କୁ ହୃଦୟରୁ କୃତଜ୍ଞତା ଜଣାଇ କହିଛନ୍ତି, “ମୁଁ ଖୁବ୍ ଯନ୍ତ୍ରଣାରେ ଥିଲି ଓ ମୁଁ ଏକ ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ କରୁଛି ବୋଲି ମୋତେ କୁହାଯାଇଥିଲା । ମୁଁ କେବେ କଳ୍ପନା କରିନଥିଲି ଯେ, ଏଭଳି ଏକ ଆଧୁନିକ ଆସ୍ତ୍ରୋପଚାର କଟକରେ କରାଯାଇପାରିବ ବୋଲି ଏବଂ ତାହା ବି ଏକ ରୋବୋଟ ମାଧ୍ୟମରେ । ମୋର ଜୀବନ ବଂଚାଇ ଥିବାରୁ ମୁଁ ଡଃ ପଟ୍ଟନାୟକ ଓ ତାଙ୍କ ଟିମ୍କୁ ଗଭୀର କୃତଜ୍ଞତା ଜଣାଉଛି ।”
ଏସଏସ ଇନୋଭେଶନ୍ସ ଦ୍ୱାରା ସ୍ୱଦେଶୀ ଭାବେ ବିକଶିତ କରାଯାଇଥିବା ଏସଏସଆଇ ମନ୍ତ୍ରା ସର୍ଜିକାଲ ରୋବୋଟିକ ସିଷ୍ଟମ, ଅତ୍ୟାଧୁନିକ ମେଡିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଭାରତର ବର୍ଦ୍ଧିତ କ୍ଷମତା ଏବଂ ଆଡ୍ଭାନ୍ସଡ ସର୍ଜିକାଲ ରୋବୋଟିକ୍ସକୁ ପ୍ରତ୍ୟେକ ଅଂଚଳ ପାଇଁ ଉଭୟ ସୁଲଭ ଓ ପହଂଚଯୋଗ୍ୟ କରିବା ପାଇଁ ଏହାର ଲକ୍ଷ୍ୟକୁ ସୂଚିତ କରୁଛି । ଏହି ସଫଳତା ସହିତ ଶାନ୍ତି ମେମୋରିଆଲ ହସ୍ପିଟାଲ ଓ ଏସଏସ ଇନୋଭେଶନ୍ସ ଭାରତର ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସ୍ଥାପନ କରିଛନ୍ତି, ଯାହା ପରବର୍ତୀ ପିଢି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ନେତୃତ୍ୱକୁ ସୁଦୃଢ କରିଛି ।
Comments are closed, but trackbacks and pingbacks are open.