ରାଜ୍ୟରେ ବିଦ୍ୟାଳୟ ରୂପାନ୍ତରୀକରଣକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଓମ୍ବାଡିସି ପରିଷଦ ପକ୍ଷରୁ ଅର୍ଥ ମଂଜୁର କ
ରାଜ୍ୟରେ ବିଦ୍ୟାଳୟ ରୂପାନ୍ତରୀକରଣକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଓମ୍ବାଡିସି ପରିଷଦ ପକ୍ଷରୁ ଅର୍ଥ ମଂଜୁର କରାଯାଇଛି । ଗତକାଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ନୂତନ ଭାବେ ୮୮୯ଟି ବିଦ୍ୟାଳୟକୁ
ସାମିଲ କରାଯାଇଛି । ଏଥିପାଇଁ ୫୩୩ କୋଟି ୪୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ବୈଠକରେ ମଂଜୁରୀ ପ୍ରଦାନ କରାଯାଇଛି । ପ୍ରତି ବିଦ୍ୟାଳୟ ପାଇଁ ୬୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଏହି ବୈଠକରେଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅର୍ଥବିଭାଗ ସଚିବ ବିଶାଲ ଦେବଙ୍କ ସମେତ ଓମ୍ବାଡିସି ର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।