ଏସ୍ବିଆଇ ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ
ଭୁବନେଶ୍ୱର: ଭାରତର ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠି (ଏଏଫ୍ବିସିଡବ୍ଲୁଏଫ୍)କୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଯୁଦ୍ଧ ବା ଲଢ଼େଇ ସମୟରେ ଆହତ ହୋଇଥିବା ସଶସ୍ତ୍ର ସେନା ଯବାନ ଓ ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ କଲ୍ୟାଣ ଓ ସହାୟତା ପାଇଁ ଏହି ପାଣ୍ଠି ପ୍ରଦାନ କରାଯାଇଛି ।
ଭାରତର ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରାଜନାଥ ସିଂହଙ୍କ ଦ୍ୱାରା ନୂତନ ଭାବେ ଲୋକାର୍ପଣ କରାଯାଇଥିବା “ମା ଭାରତୀ କେ ସପୁତ” ନାମକ ୱେବସାଇଟ୍ ଜରିଆରେ ଏସବିଆଇ ଏହି ପାଣ୍ଠି ପ୍ରଦାନ କରିଛି । ନୂଆଦିଲ୍ଲୀ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଏହି ୱେବସାଇଟ୍ର ଶୁଭାରମ୍ଭ କରାଯାଇଥିଲା ।
ଏଏଫ୍ବିସିଡବ୍ଲୁଏଫ୍ ହେଉଛି ଏକ ତ୍ରୀ-ସେବା ପାଣ୍ଠି ଯାହାକୁ ସକ୍ରିୟ ସାମରିକ କାର୍ଯ୍ୟକ୍ରମରେ ଜୀବନ ହରାଉଥିବା କିମ୍ବା ଗୁରୁତର ଭାବେ ଆହତ ହେଉଥିବା ଯବାନ/ ନୈସେନା ଯବାନ/ ବାୟୁ ସେନା ଯବାନଙ୍କ ପରିବାରକୁ ତତ୍କାଳ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ବ୍ୟବହାର କରାଯାଉଛି ।
Comments are closed, but trackbacks and pingbacks are open.