ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ପରିବାର ସ୍ୱାସ୍ଥ୍ୟ ପାଇଁ ସର୍ବୋତମ ହୋଇଥାଏ ଆଲମଣ୍ଡ
ଭୁବନେଶ୍ୱର: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ ‘ସ୍ନାକ୍ ସ୍ମାର୍ଟ ଫର୍ ଏ ହେଲ୍ଦିୟର ଫ୍ୟାମିଲି ଆଣ୍ଡ୍ ଷ୍ଟ୍ରଙ୍ଗର ଇମ୍ୟୁନିଟି’ ପ୍ରସଙ୍ଗ ଉପରେ ଆଧାରିତ ଏକ ଅଧିବେଶନ ଆୟୋଜିତ ହୋଇଯାଇଛି । ଉକ୍ତ ଅଧିବେଶନରେ ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ, ସେଲିବ୍ରିଟି ପିଲେଟ୍ସ ମାଷ୍ଟର ଇନ୍ଷ୍ଟ୍ରକ୍ଟର, ଯାଶମିନ କରାଚିୱାଲା ଓ ମ୍ୟାକ୍ସ ହେଲ୍ଥକେୟାର-ନୂଆଦିଲ୍ଲୀର ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ, ରିତିକା ସମାଦାର ସ୍ୱାସ୍ଥ୍ୟକର ସ୍ନାକିଙ୍ଗ୍, ପ୍ରତିଦିନର ଆହାରରେ ଆଲମଣ୍ଡ ଭଳି ପୋଷଣରେ ଭରପୂର ବିକଳ୍ପଗୁଡିକୁ ଅନ୍ତର୍ଭୁକ୍ତ କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ୟାନେଲିଷ୍ଟମାନେ ବିଶେଷ କରି ଶୀଘ୍ର ଓ ରେଡି-ଟୁ-ଇଟ୍ ଖାଦ୍ୟଗୁଡିକର ପ୍ରଚଳନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ସନ୍ତୁଳିତ ଖାଇବା ଅଭ୍ୟାସ ଗ୍ରହଣ କରିବାର ମହତ୍ୱକୁ ଗୁରୁତ୍ୱ ଦେଇଥିଲେ । ଏହି ପ୍ୟାନେଲ ସୁସ୍ଥ ଜୀବନଶୈଳୀ ପାଇଁ ଜଣେ ବ୍ୟକ୍ତିଙ୍କ ଆହାରରେ ଋତୁକାଳିନ ଫଳ, ପନିପରିବା ଓ ଆଲମଣ୍ଡକୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏସମ୍ପର୍କରେ ସେଲିବ୍ରିଟି ପିଲେଟ୍ସ ମାଷ୍ଟର ଇନ୍ଷ୍ଟ୍ରକ୍ଟର ଯାଶମିନ କରାଚିୱାଲା କହିଛନ୍ତି, “ଜଣେ ଫିଟ୍ନେସ ଉତ୍ସାହୀ ଭାବେ ମୁଁ ସବୁବେଳେ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ପାଇଁ ପରାମର୍ଶ ଦେଇଥାଏ । ଅନେକ ପ୍ରାକୃତିକ ଓ ସ୍ୱାସ୍ଥ୍ୟକର ସ୍ନାକିଙ୍ଗ ବିକଳ୍ପ ଉପଲବ୍ଧ ଥିବାବେଳେ ସେଗୁଡିକ ମଧ୍ୟରେ ଆଲମଣ୍ଡ ସର୍ବୋତମ ଭାବେ ଉଭା ହୋଇଛି । ପ୍ରୋଟିନ, ଫାଇବର ଓ ଆଂଟିଅକ୍ସିଡାଂଟ ଭଳି ପ୍ରମୁଖ ପୋଷକ ତତ୍ୱରେ ସମୃଦ୍ଧ ଆଲମଣ୍ଡ ଶରୀରକୁ ପୋଷଣ ଦେଇଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ରୋଗଗୁଡିକୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ ।”
ଏହି ଅଧିବେଶନ ସମୟରେ ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ କହିଛନ୍ତି, “ଆଲମଣ୍ଡ ଆମର ଆହାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ବିଗତ ବର୍ଷଗୁଡିକରେ ମୁଁ ବ୍ୟକ୍ତିଗତ ଭାବେ ଏହା ପ୍ରଦାନ କରୁଥିବା ଅନେକ ପୋଷଣଯୁକ୍ତ ଓ ସ୍ୱାସ୍ଥ୍ୟ ଉପକାରିତାଗୁଡିକୁ ଅନୁଭବ କରିଛି । ବ୍ୟକ୍ତିଗତ ଭାବେ ମୁଁ ବ୍ୟସ୍ତବହୁଳ ସୁଟ୍ ଓ ମିଟିଂ ସମୟରେ କଂଚା ଆଲମଣ୍ଡ ଖାଇବାକୁ ପସନ୍ଦ କରିଥାଏ ।” ମ୍ୟାକ୍ସ ହେଲ୍ଥକେୟାର-ଦିଲ୍ଲୀ, ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସମାଦାର କହିଛନ୍ତି, “ବ୍ୟକ୍ତିଗତ ଭାବେ ଫଳ କିମ୍ବା ବାଦାମ ଭଳି ପୋଷଣଯୁକ୍ତ ସ୍ନାକଗୁଡିକୁ ଚୟନ କରିବା ମୋ ନିଜ ଜୀବନରେ କେତେ ପାର୍ଥକ୍ୟ ସୃଷ୍ଟି କରିଛି ତାହାକୁ ମୁଁ ଅନୁଭବ କରିଛି । ନିର୍ଦ୍ଧିଷ୍ଟ ଭାବେ ଆଲମଣ୍ଡ ଶକ୍ତିର ଏକ ସ୍ଥିର ଉତ୍ସ ପ୍ରଦାନ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ସକାଳ ହେଉ କିମ୍ବା ସନ୍ଧ୍ୟା ସମୟ ପାଇଁ, ମୁଁ ଆଲମଣ୍ଡକୁ ଏକ ସୁବିଧାଜନକ ସ୍ନାକ ବିକଳ୍ପ ଭାବେ ଗ୍ରହଣ କରିବାକୁ ସୁପାରିଶ କରିଥାଏ । ତେଣୁ ପରବର୍ତୀ ସମୟରେ ଆପଣ ଏକ ପୋଷଣଯୁକ୍ତ ସ୍ନାକ ଖୋଜୁଥିଲେ, ଏକ ମୁଠା ଆଲମଣ୍ଡ ଖାଇବା ପାଇଁ ବିଚାର କରନ୍ତୁ ।”
Comments are closed, but trackbacks and pingbacks are open.