ପୁରୀ ସହରବାସୀ ଆଜି ଠାରୁ ପଶ୍ଚିମ ଦ୍ୱାରଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ଲାଗି ବ୍ୟବସ୍ଥା ହୋଇଛି । ଏଥିଲାଗି ପ୍ରଶାସନ ପକ୍ଷରୁ ବାରିକେଡ ନିର୍ମିତ ହୋଇଛି । ଦର୍ଶନ କରିସାରିବା ପରେ ଶ୍ରଦ୍ଧାଳୁ ପଶ୍ଚିମ ଏବଂ ଉତ୍ତର ଦ୍ୱାରଦେଇ ପ୍ରସ୍ଥାନ କରିବେ ।
ତେବେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଦୁଇଟିଯାକ କରୋନା ପ୍ରତିଷେଧକ ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟତାମୂଳକ ହୋଇଛି ।
ସାଧାରଣ ଭକ୍ତ ପୂର୍ବଭଳି ସିଂହଦ୍ୱାର ବାଟଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।