ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକା, ସେଣ୍ଟ ଭିନ୍‍ସେଣ୍ଟ ଓ ଗ୍ରେନାଡିନ୍ସ ଗସ୍ତର ପ୍ରଥମ ଦଫାରେ ଜାମାଇକା ରାଜଧାନୀ କିଙ୍ଗ୍‍ଷ୍ଟନ୍‍ରେ ପହଞ୍ଚିଛନ୍ତି

103

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକା, ସେଣ୍ଟ ଭିନ୍‍ସେଣ୍ଟ ଓ ଗ୍ରେନାଡିନ୍ସ ଗସ୍ତର ପ୍ରଥମ ଦଫାରେ ଜାମାଇକା ରାଜଧାନୀ କିଙ୍ଗ୍‍ଷ୍ଟନ୍‍ରେ ଯାଇ ଆଜି ବଡ଼ି ଭୋର୍‍ରୁ ପହଞ୍ଚିଛନ୍ତି । ଜାମାଇକାର ଗଭର୍ଣ୍ଣର ଜେନେରାଲ୍‍ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ । ସେଠାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ୨୧ଟି ତୋପ ସଲାମୀ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତାପରେ ତାଙ୍କୁ ଗାର୍ଡ ଅଫ୍‍ ଅନର ପ୍ରଦର୍ଶନ କରାଯାଇଛି । ଜାମାଇକାର ପ୍ରଧାନମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗାର୍ଡ ଅଫ୍‍ ଅନର୍‍ ଉତ୍ସବରେ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ସେ ହୋଟେଲ୍‍ ଅଭିମୁଖେ ଯାତ୍ରା କରିଥିଲେ । ହୋଟେଲ୍‍ରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ
ଭାରତୀୟ ବଂଶୋଦ୍ଭବମାନେ ଆନନ୍ଦ ଓ ଆଗ୍ରହର ସହ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ତିନୋଟିଯାକ ରାଷ୍ଟ୍ରକୁ କୌଣସି ଭାରତୀୟ ରାଷ୍ଟ୍ର ମୁଖ୍ୟଙ୍କର ଏହା ପ୍ରଥମ ଗସ୍ତ । ଶ୍ରୀ କୋବିନ୍ଦ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜାମାଇକାରେ ରହିବେ ଏବଂ ତାଙ୍କ ପ୍ରତିପକ୍ଷ ଜାମାଇକାର ଗଭର୍ଣ୍ଣର ଜେନେରାଲ୍‍ଙ୍କ ସହ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିବେ ।

ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁହୋଲ୍‍ନେସ୍‍ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଜାମାଇକାର ସଂସଦର ଉଭୟ ସଭାଗୃହର ମିଳିତ ଅଧିବେଶନରେ ଉଦ୍‍ବୋଧନ ଦେବେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ୬୦ ବର୍ଷ ୨୦୨୨ ମସିହାରେ ପୂର୍ଣ୍ଣ ହେଉଥିବାରୁ ରାଷ୍ଟ୍ରପତିଙ୍କର ଏହି ଜାମାଇକା ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।

Comments are closed, but trackbacks and pingbacks are open.