ଲକ୍‌ଡାଉନ୍‌ରେ ପାକିସ୍ତାନ ବନ୍ଦ କରିନି ଆତଙ୍କ ଫ୍ୟାକ୍ଟ୍ରୀ , ଲଞ୍ଚିଂ ପ୍ୟାଡ୍‌ରେ ୨ ଗୁଣା ଆତଙ୍କବାଦୀ

0 1,433

ଶ୍ରୀନଗର -ଏବେ ସାରା ଦୁନିଆ କରୋନା ଆତଙ୍କରେ ରହିଥିବା ବେଳେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ତାଲିମ ଦେବା ସହ ଭାରତ ଭିତରକୁ ଅନୁପ୍ରବେଶ କରାଇବା ପାଇଁ ଯୋଜନା କରୁଛି । ଏଥିପାଇଁ ପାକ୍‌ ଅଧିକୃତ କାଶ୍ମୀରର ବିଭିନ୍ନ ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀମାନଙ୍କୁ ଠୁଳ କରୁଛି । ସେନାର ବରିଷ୍ଠ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହି ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ସେନାର ଅଧିକାରୀଙ୍କ ସୂଚନା ଅନୁସାରେ ପାକିସ୍ତାନ ସମର୍ଥିତ ଅଲଗା ଅଲଗା ଆତାଙ୍କବାଦୀ ସମୁହର ୪୫୦ ଜଣ ଆତଙ୍କବାଦୀ ଏବେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଲାଣି । ହେଲେ ସେ ଆତଙ୍କବାଦୀ ଫ୍ୟାକ୍ଚ୍ରୀ ଚଳାଇବାରେ ବ୍ୟସ୍ତ ।

ଭାରତର ସୀମାନରେ ଏବେ ଲଶକର୍‌ ଇ ତୋଏବାର ୨୪୪ , ଜୈଶ ଏ ମହମ୍ମଦର ୧୨୯, ହିଜାବୁଲ୍‌ ମୁଜାହିଦ୍ଦୀନର ୬୦ , ଅଲବଦର ଓ ଅନ୍ୟମାନଙ୍କର ଆତଙ୍କବାଦୀ ରହିଛନ୍ତି ।

ପାକିସ୍ତାନରେ ଆତଙ୍କବାଦୀ ଟ୍ରେନିଂ ଦେବା ପରେ ସେମାନଙ୍କୁ ଏବେ ଲଞ୍ଚିଂ ପ୍ୟାଡକୁ ଅଣାଯାଇଛି । ସେଠାରୁ ସେମାନଙ୍କୁ ଭାରତ ଭିତରକୁ ପଠାଇବା ପାଇଁ ପାକିସ୍ତାନ ଯୋଜନା କରିଛି ।

ପିଓକେରେ ୧୧ ଓ ଖେବରରେ ୩ ପସ୍ତୁନରେ ଏହି ଆତଙ୍କବାଦୀ ଲଞ୍ଚପ୍ୟାଡ ରହିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ ବାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଯୋଜନା କରିଛି । କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବାରମ୍ବାର ଅସ୍ଥିରତା ସୃଷ୍ଟି କରିବା ଚେଷ୍ଟା କରୁଛି । ଏହି ଆତଙ୍କବାଦୀମାନଙ୍କ ମଧ୍ୟରେ ଅନେକ ବିଦେଶୀ ଆତଙ୍କବାଦୀ ରହିଛନ୍ତି ।

Leave A Reply