ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଟ ବିଚାରବିଭାଗୀୟ
ଅଧିକାରୀ ତଥା ଓଡ଼ିଶା ଜୁଡିସିଆଲ୍‍ ଏକାଡେମୀର ନିର୍ଦ୍ଦେଶକ ଗୌରୀ
ଶଙ୍କର ଶତପଥୀ ଓ ହାଇକୋର୍ଟର ରେଜିଷ୍ଟ୍ରାର୍‍ ଜେନେରାଲ୍‍ ଚିତ୍ତରଞ୍ଜନ
ଦାଶଙ୍କୁ ନିଯୁକ୍ତି ମିଳିଛି

113

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଟ ବିଚାରବିଭାଗୀୟ ଅଧିକାରୀ ତଥା ଓଡ଼ିଶା ଜୁଡିସିଆଲ୍‍ ଏକାଡେମୀର ନିର୍ଦ୍ଦେଶକ ଗୌରୀ ଶଙ୍କର ଶତପଥୀ ଓ ହାଇକୋର୍ଟର ରେଜିଷ୍ଟ୍ରାର୍‍ ଜେନେରାଲ୍‍ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ଶୁକ୍ରବାର କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ଦୁଇ ନୂଆ ବିଚାରପତି ଖୁବ୍‍ ଶୀଘ୍ର ଶପଥ ଗ୍ରହଣ କରିବେ ।


ସୂଚନା ଯୋଗ୍ୟ ୨୫ ଜୁଲାଇନ୍‍ ୨୦୨୨ରେ ସୁପ୍ରିମ୍‍କୋର୍ଟ୍‍ କଲେଜିୟମ୍‍ ଏହି ଦୁଇ ବିଚାର ବିଭାଗୀୟ ଅଧିକାରୀଙ୍କ ନାମ ସୁପାରିଶ କରିଥିଲେ । ଏହା ଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪ରେ ପହଞ୍ଚିବ ।

Comments are closed, but trackbacks and pingbacks are open.