ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍‍ ଏବଂ ଭଦ୍ରକ ମଧ୍ୟରେ ଏକ
ନୂଆ ପାସେଞ୍ଜର ମେମୁ ଟ୍ରେନ୍‍ ନିୟମିତ ଚଳାଚଳ କରିବ

155

ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍‍ ଏବଂ ଭଦ୍ରକ ମଧ୍ୟରେ ଏକ
ନୂଆ ପାସେଞ୍ଜର ମେମୁ ଟ୍ରେନ୍‍ ନିୟମିତ ଚଳାଚଳ କରିବ । ଏନେଇ
ପୂର୍ବତଟ ରେଳବାଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି
ଅନୁଯାୟୀ ଆସନ୍ତାକାଲି ଅପରାହ୍ଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର
ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଏହି ସ୍ୱତନ୍ତ୍ର
ପାସେଞ୍ଜର୍‍ ଟ୍ରେନ୍‍ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି ନୟାଗଡ଼
ଟାଉନ୍‍ରେ ୧୧ଟା ୫୫ରେ ପହଞ୍ଚିବ ବୋଲି ଜଣାପଡ଼ିଛି । ସେହିଭଳି
ନୟାଗଡ଼ ଟାଉନ୍‍ରୁ ଅପରାହ୍ଣ ୫ଟା ୫ରେ ଛାଡ଼ି ଭଦ୍ରକରେ ରାତି ୧୦ଟା
୪୫ରେ ପହଞ୍ଚିବ । ଏହି ଟ୍ରେନ୍‍ ନୟାଗଡ଼-ଭଦ୍ରକ ମଧ୍ୟରେ ପଡ଼ୁଥିବା ସମସ୍ତ
ପାସେଞ୍ଜର ହଲ୍‍ଟ ଷ୍ଟେସନ୍‍ରେ ରହଣି କରିବ ।

Comments are closed, but trackbacks and pingbacks are open.