ନୂତନ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରି ଓଡ଼ିଶା ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ତାଲିକା ପଠାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପଠାଇଥିବା ଏହି ତାଲିକାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚୂଡାନ୍ତ ଚୟନ ଲାଗି ୟୁନିୟନ ପବ୍ଲିକ ସର୍ଭିସ୍ କମିସନକୁ ପଠାଇବ ବୋଲି ଜଣାପଡିଛି ।
ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ୟୁପିଏସ୍ସି ଏ ସଂକ୍ରାନ୍ତରେ ବୈଠକ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ୨୦୧୯ ନଭେମ୍ବରରେ ଡିଜିପି ଭାବେ ନିଯୁକ୍ତି ପାଇଥିବା ୧୯୮୬ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅଭୟଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୩୧ରେ ଶେଷ ହେବ ।