ଯାନବାହନର ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଏଣିକି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ – ଏହି ତାରିଖରୁ ଲାଗୁ ହେବ ନିୟମ
ଯାନବାହନର ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଏଣିକି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏହି
ନିର୍ଦ୍ଦେଶାନାମା ଆସନ୍ତା ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ । ଏଥିସହ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଅନୁଯାୟୀ ଗାଡ଼ି ଚାଳକଙ୍କୁ ନିଜର ମୋଟରଯାନର ସମସ୍ତ ଡାଟା ଅନ୍ଲାଇନ୍ ମାଧ୍ୟମରେ ଅପଲୋଡ କରିବାକୁ ପଡିବ । ପ୍ରଦୂଷଣ ପ୍ରମାଣପତ୍ର ନ ଥିବା ଗାଡ଼ିଗୁଡ଼ିକ ପାଇଁ ୭ ଦିନର ସମୟ ପ୍ରଦାନ କରାଯିବ । ଏହା ମଧ୍ୟରେ ପ୍ରମାଣପତ୍ର ଦାଖଲ ନ କଲେ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଉଭୟ ଘରୋଇ ଏବଂ ବ୍ୟାବସାୟିକ ଯାନଗୁଡ଼ିକ
କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇଛି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟକରାଯାଇଛି ।
ପ୍ରଦୂଷଣ ପ୍ରମାଣପତ୍ର ନ ଥିବା ଗାଡ଼ିଗୁଡ଼ିକ ପାଇଁ ୭ ଦିନର ସମୟ ପ୍ରଦାନ କରାଯିବ । ଏହା ମଧ୍ୟରେ ପ୍ରମାଣପତ୍ର ଦାଖଲ ନ କଲେ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଉଭୟ ଘରୋଇ ଏବଂ ବ୍ୟାବସାୟିକ ଯାନଗୁଡ଼ିକ କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇଛି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।